ଆସନ୍ତାକାଲି ପୁଣି ଜେରା ହେବେ ମନୀଷ ସିସୋଦିଆ

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ଉପରେ ସଙ୍କଟ ବଢିବାରେ ଲାଗିଛି । ଦିଲ୍ଲୀ ଅବକାର ନୀତି ମାମଲାରେ ପୁଣି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ ବଢିଲା । ସିବିଆଇ ତରଫରୁ ଆସନ୍ତା କାଲି ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ ଜାରି କରାଯାଇଛି । ଏହି ନୋଟିସରେ ସୋମବାର ୧୧ ଟା ବେଳେ ହାଜର ହେବାକୁ କୁହାଯାଇଛି । ଏନେଇ ସିସୋଦିଆ କହିଛନ୍ତି କି ଚଢାଉ ବେଳେ ସିବିଆଇକୁ କିଛି ମିଳିନାହିଁ । ବାକି ନୋଟିସ ମୁତାବକ ମୁଁ କାଲି ସିବିଆଇ କାର୍ୟ୍ୟାଳୟରେ ହାଜର ହୋଇ ସମ୍ପୂର୍ଣ୍ଣ ସହଯୋଗ କରିବି ।

ଏନେଇ ସିସୋଦିଆ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ସିବିଆଇ ମୋ ଘରେ ୧୪ ଘଂଟା ଚଢାଉ କରି କିଛି ପାଇ ନଥିଲା । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଆଜିର ଦିନରେ ଭଗତ୍ ସିଂ ବୋଲି କହିଛନ୍ତି । ଏହା ଦ୍ୱିତୀୟ ସ୍ୱାଧୀନତା ଲଢେଇ ବୋଲି କେଜ୍ରିୱାଲ କହିଛନ୍ତି ।

Leave A Reply

Your email address will not be published.