ଲାଞ୍ଚ ନେଲାବେଳେ ଧରାପଡିଲେ ମନ୍ତ୍ରୀ
ଚଣ୍ଡିଗଡ: ଲାଞ୍ଚ ଦେଇ ଧରା ପଡିଲେ ପୂର୍ବତନ ମନ୍ତ୍ରୀ। ପଞ୍ଜାବର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସୁନ୍ଦର ଶ୍ୟାମ ଅରୋରାଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଅୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ମଧ୍ୟ ଚାଲିଛି। ଏହି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସେ ଭିଜିଲାନ୍ସ ବ୍ୟୁରୋର ଜଣେ ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ଚେଷ୍ଟା କରୁଥିଲେ।
ସୂଚନା ମୁତାବକ, ସୁନ୍ଦର ଅରୋରା ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜନରାଲ ମନମୋହନ କୁମାରଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଚେଷ୍ଟା କରୁଥିଲେ। ଏଭଳି କରିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।