ଆସୁଛି ବାତ୍ୟା! ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ବର (ଆମ ଟିଭି): ଆସୁଛି ଆଉ ଏକ ବାତ୍ୟା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ଆଶଙ୍କା ସ୍ପଷ୍ଟ ହେବା ପରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏଣେ ଅପରାହ୍ନ ୪ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ସମ୍ପର୍କୀତ ବୈଠକ ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହେବ। ଏଥିରେ ମୋଟ ୭ଟି ଜିଲ୍ଲାର ଜିଲ୍ଲାପାଳ ସାମିଲ ହେବେ। ତେଣେ ବାତ୍ୟା ପାଇଁ ସରକାର ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି। ତେଣୁ ବାତ୍ୟା ମୁକାବିଲା ପାଇଁ ସରକାର ସମସ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି ।