ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିତାଭ ବଚ୍ଚନ

0

ମୁମ୍ବାଇ(ଆମ ଟିଭି): ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିତାଭ ବଚ୍ଚନ । ନିକଟ ଅତୀତରେ ‘କେବିସି’ ସେଟ୍ରେ ବାମ ଗୋଡ଼ ଭଣ୍ଡାର ଶିର କଟିଯିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ବୋଲି ଆଜି ବିଶିଷ୍ଟ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ କହିଛନ୍ତି।

ବ୍ଲଗ୍ରେ ଅମିତାଭ ଲେଖିଛନ୍ତି: ବାହାରୁ ବାହାରିଥିବା ଖଣ୍ଡେ ଧାତବ ଟୁକୁଡ଼ା ମୋ ବାମ ଗୋଡ଼ର ଭଣ୍ଡାରେ ବାଜି ଶିର କାଟି ପକାଇଥିଲା। ରକ୍ତସ୍ରାବ ନିୟନ୍ତ୍ରଣ କରି ହେଲାନି। ତେଣୁ, ଡାକ୍ତରଙ୍କୁ ଦେଖାଇ ଅପରେସନ୍ ଥିଏଟର୍ରେ ‘ଷ୍ଟିଚ୍’ (ସିଲାଇ) ପକାଇବାକୁ ପଡ଼ିଲା। ଟିମ୍ ଷ୍ଟାଫ୍ ଓ ଡାକ୍ତରମାନେ ଠିକଣା ସମୟରେ ସହଯୋଗ କରିଥିଲେ। ଗୋଡ଼ରେ ଚାପ ନ ପକାଇବାକୁ ଅଥବା ନ ଚାଲିବାକୁ (ଟ୍ରେଡ୍ମିଲ୍ରେ ମଧ୍ୟ) ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.