ସି ଜିନପିଙ୍ଗ ଟିମରୁ ବାଦ ପଡିଲେ ମହିଳା

0

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆଗାମୀ ୫ ବର୍ଷ ପାଇଁ ଚୀନର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବରେ ରବିବାର ଦିନ ତୃତୀୟ ଥର ପାଇଁ ଚୟନ କରାଯାଇଛି । ଦଳ ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ପରେ ସେ ପ୍ରଥମ ଚୀନ୍ ନେତା ଯିଏକି ତୃତୀୟ ଥର ପାଇଁ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ଚାଇନାର କମ୍ୟୁନିଷ୍ଟ ପାର୍ଟିର ୭ ସଦସ୍ୟ ବିଶିଷ୍ଟ ପଲିଟବୁରୋ ସ୍ଥାୟୀ କମିଟିରେ କୌଣସି ମହିଳା ଅନ୍ତର୍ଭୁକ୍ତ ନାହାଁନ୍ତି । ଗତ ୨୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଘଟିଛି । ଏହି କମିଟିର ସଦସ୍ୟମାନେ ଚୀନର ଶୀର୍ଷ ନେତୃତ୍ୱ ଭାବରେ ଜଣାଶୁଣା ।

ଗତ ପଲିଟବୁରୋରେ ସୁନ୍ ଚୁନଲନ୍ ଏକମାତ୍ର ମହିଳା ଥିଲେ, ଯିଏକି ଏଥର ଅବସର ନେଇଛନ୍ତି । ପଲିଟବୁରୋର ସ୍ଥାୟୀ କମିଟିରେ ଚୁନଲନଙ୍କ ସ୍ଥାନରେ ଅନ୍ୟ କୌଣସି ମହିଳା ନିଯୁକ୍ତ ହୋଇନାହାଁନ୍ତି । ୭ ଜଣ ପୁରୁଷଙ୍କ ଦ୍ୱାରା ଗଠନ ହୋଇଥିବା ଏହି ସ୍ଥାୟୀ କମିଟି ବର୍ତ୍ତମାନ ଆଗାମୀ ୫ ବର୍ଷ ପାଇଁ ଦେଶ ଶାସନ କରିବ ।

ଚାଇନାର ଗଣମାଧ୍ୟମକୁ ଉଦ୍ଧୃତ କରି ଏକ ରିପୋର୍ଟ କହିଛି ଯେ ସି ଜିନପିଙ୍ଗ ତୃତୀୟ ଥର ପାଇଁ ସଫଳତାର ସହ ସବୁଠାରୁ ଶକ୍ତିଶାଳୀ ନେତା ହୋଇଛନ୍ତି । ସେ ରବିବାର ଦିନ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ପଦ ଗ୍ରହଣ କରିଥିଲେ । ଏହି ଅବସରରେ ସି ଜିନପିଙ୍ଗ କହିଛନ୍ତି ଯେ ଆପଣ ମୋ ଉପରେ ରଖିଥିବା ବିଶ୍ୱାସ ପାଇଁ ମୁଁ ପୁରା ଦଳକୁ ଆନ୍ତରିକ ଧନ୍ୟବାଦ ଦେବାକୁ ଚାହୁଁଛି ।

Leave A Reply

Your email address will not be published.