ସୂର୍ଯ୍ୟପରାଗ ପାଇଁ ମହାପ୍ରଭୁଙ୍କ ହେବ ସ୍ବତନ୍ତ୍ର ନୀତି କାନ୍ତି

0

ପୁରୀ:  ୨୫ ତାରିଖର ନିତିକାନ୍ତି ଆସନ୍ତାକାଲି ରାତିରୁ ଆରମ୍ଭ ହେବ। ରାତି ୧୨ଟାରେ ଦ୍ୱାରଫିଟା ନିତି ହୋଇ ୪ଟା ୫୫ମିନିଟ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ବଢି ନିତି ଶେଷ ହେବା ସହ ଅବଢା ରୋଷେଇ ବି ସରିବ। ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ଭକ୍ତ। ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ବଡ଼ବଡ଼ୁଆ ଡାକିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି। କାକୁଡ଼ି ଖାଇ ମନ୍ଦିର ଓ ମଙ୍ଗୁ ମଠ ଭିତରେ ୫ଟି ସ୍ଥାନ ନିରୂପଣ ହୋଇଥିବା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

ସୂର୍ଯ୍ୟୋପରାଗ ଦିନ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ଦର୍ଶନ କରିପାରିବେ ନି ଭକ୍ତ। ଭୋର ୪ଟା ୫୫ ପରେ ଅର୍ଥାତ ପ୍ରଥମ ଭୋଗ ମଣ୍ଡପ ଉଠିବା ପରେ କାଳିଆ ଦର୍ଶନ କରିପାରିବେ ଭକ୍ତ। କେତୁଗ୍ରସ୍ତ ଖଣ୍ଡଗ୍ରାସ ଯୋଗୁଁ ଶ୍ରୀମନ୍ଦିରରେ ନିତିକାନ୍ତିକୁ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମ ଭୋଗମଣ୍ଡପ ବଢିବା ପରେ ନିତିକାନ୍ତି ବନ୍ଦ ରହିବ। ପୁନର୍ବାର ଅପରାହ୍ନ ୪ଟା ୫୬ମିନିଟ ୫୨ସେକେଣ୍ଡରେ ଯେତେବେଳେ ଗ୍ରହଣ ସ୍ପର୍ଶ କରିବ ସେହି ସମୟରୁ ପୁଣି ମହାପ୍ରଭୁଙ୍କ ନିକଟରେ ନିତିକାନ୍ତି ଚାଲିବ। ସକାଳୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ। ଯେହେତୁ ଶ୍ରୀମନ୍ଦିରରେ ବାଳଭୋଗ ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଚାଲିଛି ଏଣୁ ନିତିକାନ୍ତିରେ ଟିକେ ବିଳମ୍ବ ହେଉଛି। ମାତ୍ର ସୂର୍ଯ୍ଯପରାଗ ଦିନ ଏହାକୁ ସୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିତିନିର୍ଘଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି।

Leave A Reply

Your email address will not be published.