ନୂଆ ଓଡ଼ିଆ ଚଳଚ୍ଚିତ୍ର “ଭୋକ”, ଶୁଭମୁକ୍ତି ସେପ୍ଟେମ୍ବର ରେ

0

ନାୟିକା କାବ୍ୟାଙ୍କ ମନ ରହିଗଲା ‘ଭୋକ’ରେ। ସେ ଯେପରି ଚରିତ୍ର ଖୋଜୁଥିଲେ ଠିକ୍ ସେମିତି ଚରିତ୍ର ମିଳିଛି ଏହି ଚିତ୍ରରେ । ନିର୍ଦ୍ଦେଶକ ରାଜୀବ ମହାନ୍ତିଙ୍କ ଏହି ଚିତ୍ରରେ ନାୟକ ଅଙ୍କିତଙ୍କ ବିପକ୍ଷରେ ଅଭିନୟ କରିଛନ୍ତି କାବ୍ୟ। । କରୋନା ପୃଷ୍ଠଭୂମି ଉପରେ ଆଧାରିତ ଏହି ଚିତ୍ରରେ କାବ୍ୟାଙ୍କ ଅଭିନୟ ବେଶ୍ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି। ଏହାର କାହାଣୀ ଓ ସଂଳାପ ରଞ୍ଜନ କୁମାର ଦାସ ରଚନା କରିଥିବାବେଳେ ପ୍ରଯୋଜନା କରିଛନ୍ତି ସବ୍ୟସାଚୀ ମହାପାତ୍ର। ସ୍ଵର ସଂଯୋଜନାରେ ବିକାଶ ଦାସ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଚିରଞ୍ଜିବୀ, କୁନା ତ୍ରିପାଠୀ, ପ୍ରୀତମ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ବାସୁଦେବ ମାଳବିଶୋଇ, ଅବନୀ, ଗଣେଶ, ସୁବୋଧ ଆଚାର୍ଯ୍ୟ, ସାଇ, ଲିଜା, ପ୍ରିୟଙ୍କା ଅଭିନୟ କରିଛନ୍ତି । ଚିତ୍ରଟିକୁ ନେଇ ବେଶ୍ ଉଲ୍ଲସିତ ଅଛନ୍ତି କାବ୍ୟା । କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ।

Leave A Reply

Your email address will not be published.