ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

0

ବାରିପଦା:  ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ତେବେ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପରେ ଆଜିଠୁ ପ୍ରକୃତି ପ୍ରେମୀ ପର୍ଯ୍ୟଟକ ଶିମିଳିପାଳ ଯାଇପାରିବେ। ପର୍ଯ୍ୟଟକମାନେ ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍ ଦେଇ ପ୍ରବେଶ କରିପାରିବେ ।

ପିଠାବଟା ଫାଟକ ଦେଇ ପ୍ରତିଦିନ ୨୫ଟି ଏବଂ କାଳିଆଣି ଦେଇ ୩୫ଟି ଗାଡ଼ି ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। ଅଭୟାରଣ୍ୟରେ ଥିବା ଡାକବଙ୍ଗଳାରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅଗ୍ରୀମ ଦେୟ ପୈଠକରି କେବଳ ଅନ୍‌ଲାଇନରେ ସଂରକ୍ଷଣ କରିବାକୁ ପଡ଼ିବ। ଅଭୟାରଣ୍ୟକୁ ମାଦକ ଦ୍ରବ୍ୟ, ପ୍ଲାଷ୍ଟିକ ଓ ପଲିଥିନ୍ ନେବାରେ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ବର୍ଷାଋତୁରେ ଅଭୟାରଣ୍ୟକୁ ରାସ୍ତା ଖରାପ୍ ହୋଇ ଯାଉଥିବା ଯୋଗୁଁ ପ୍ରବେଶ ଅନୁମତିକୁ ବନ୍ଦ ରଖା ଯାଇଥାଏ।

Leave A Reply

Your email address will not be published.