ଗୁଜୁରାଟବାସୀଙ୍କୁ ୮ଟି ନିର୍ବାଚନ ପ୍ରତିଶ୍ରୁତି ଦେଳେ ରାହୁଲ ଗାନ୍ଧୀ: ଜାଣନ୍ତୁ କ’ଣ?

0

ନୂଆଦିଲ୍ଲୀ (ଆମ ଟିଭି): ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ସରଗରମ ରହିଛି ଗୁଜୁରାଟ ରାଜନୀତି । ସବୁ ରାଜନୈତିକ ଦଳ ଭୋଟ୍ ହାତେଇବା ପାଇଁ ଚଳାଇଛନ୍ତି ରଣକୌଶଳ । ଆମ ଆମଦୀ ପାର୍ଟି ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଛି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢିବ ବୋଲି ଦଳ ଘୋଷଣା କରିସାରିଛି । ଏବେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ବର୍ଷ କରିଛନ୍ତି । ଗୁଜରାଟବାସୀଙ୍କୁ ୮ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବିଜେପିର ଡବଲ ଇଞ୍ଜିନ ଧୋକାରୁ ରକ୍ଷା କରିବୁ, ରାଜ୍ୟରେ ପରିବର୍ତ୍ତନର ଉତ୍ସବ ମନାଇବୁ । ଏହାସହ ୫୦୦ ଟଙ୍କାରେ ସିଲିଣ୍ଡର, ଯୁବକଙ୍କୁ ୧୦ ଲକ୍ଷ ଚାକିରି, କୃଷକଙ୍କ ୩ ଲକ୍ଷ ଯାଏଁ ଋଣ ଛାଡ ନେଇ ଟ୍ୱିଟରେ ଘୋଷଣା କରିଛନ୍ତି । ଏହାସହ ଗୁଜରାଟର ଜନତାଙ୍କ ପାଇଁ ୮ ପ୍ରତିଶ୍ରୁତି ପାଳନ କରିବେ ବୋଲି କହିଛନ୍ତି ।

କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି
୧. ଗୃହିଣୀଙ୍କ ପାଇଁ ୫୦୦ ଟଙ୍କାରେ ଘରୋଇ ଗ୍ୟାସ ସିଲିଣ୍ଡର, ୩୦୦ ୟୁନିଟ୍ ମାଗଣା ବିଜୁଳି । ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ ।
୨. କେଜିରୁ ପିଜି ଯାଅଁ ଝିଅମାନଙ୍କୁ ମାଗଣା ଶିକ୍ଷା, ରାଜ୍ୟରେ ୩ ହଜାର ନୂଆ ଇଂରାଜୀ ମାଧ୍ୟମ ସ୍କୁଲ
୩. ଯୁବକଙ୍କ ପାଇଁ କଂଗ୍ରେସ ୧୦ ଲକ୍ଷ ଚାକିରି ପ୍ରତିଶ୍ରୁତି । ୩୦୦୦ ଟଙ୍କାର ବେରୋଜଗାରୀ ଭତ୍ତା
୪. କରୋନାର ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
୫. ଆଧୁନିକ ସବୁଧାରେ ଭରପୁର ନୂଆ ସରକାର ହସ୍ପିଟାଲ ନିର୍ମାଣ କରାଯିବ । ୧୦ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା
୬. କୃଷକଙ୍କ ପାଇଁ ୩ ଲକ୍ଷ ଯାଏଁ ଋଣ ଛାଡ କରାଯିବ । ବିଜୁଳି ବିଲ୍ ଛାଡ କରାଯିବ।
୭. ଡ୍ରଗ୍ସ ମାଫିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ
୮. ଇନ୍ଦିରା ରୋସେଇ ଯୋଜନାରେ ଗରିବ ଲୋକଙ୍କୁ କେବଳ ୮ ଟଙ୍କାରେ ଭୋଜନ ଗ୍ୟାରେଣ୍ଟି

 

Leave A Reply

Your email address will not be published.