ଚିନ୍ତାରେ ଏବେ ଏଲନ ମସ୍କ, ଜାଣନ୍ତୁ କାହିଁକି
ନୂଆଦିଲ୍ଳୀ: ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ହରାଇବା ପରେ ମାଇକ୍ରୋବ୍ଲଗିିଂ ସାଇଟ୍ ଟ୍ବିଟର୍ ଦେବାଳିଆ ହେବାର ସମ୍ଭାବନା ରହିଛି। ଟ୍ବିଟର୍ର ନୂଆ ମାଲିକ ବା ଗତ କିଛି ଦିନ ହେବ ଟ୍ରେଣ୍ଡ୍ରେ ରହିଥିବା ଏଲନ ମସ୍କ ୪୪ ବିଲିୟନ୍ ଡଲାରରେ ଟ୍ବିଟର୍କୁ କିଣିବାର ୨ ସପ୍ତାହ ବି ହୋଇନାହିଁ ଯେ ଗୁରୁବାର ଏନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି। ମସ୍କ ତାଙ୍କର କର୍ମଚାରୀମାନଙ୍କୁ କହିଛନ୍ତି ଯେ ସେ କମ୍ପାନି ଦେବାଳିଆ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା।
ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମସ୍କଙ୍କ ସହ ଟ୍ବିଟର୍ର ସ୍ପେସ୍ ଚାଟକୁ ପରିଚାଳନା କରୁଥିବା ଦୁଇ ବରିଷ୍ଠ ଅଧିକାରୀ ୟୋୟେନ୍ ରୋଥ୍ ଏବଂ ରବିନ ହୁଇଲର୍ ଇସ୍ତଫା ଦେଇଛନ୍ତି। ତେବେ ଏହି ଦୁଇ କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ମନ୍ତବ୍ୟ ଦେଇନାହାନ୍ତି ଏ ସଂପର୍କରେ।