ଟିମ୍ “ପ୍ରତୀକ୍ଷା” ଏବେ କଲେଜ ଛାତ୍ର ଛାତ୍ରୀଙ୍କ ଗହଣରେ

0

ଭୁବନେଶ୍ୱର (ଆମ ଟିଭି):*ପ୍ରତୀକ୍ଷା* ର ପ୍ରଚାର ପାଇଁ ଆଜି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ରେ ପହଞ୍ଚିଥିଲା ଟିମ *”ପ୍ରତୀକ୍ଷା”* । ଅନୁଷ୍ଠାନ ର ସେକ୍ରେଟାରୀ ଡ଼କ୍ଟର ବଙ୍କିମ ମହାନ୍ତି ସହ-ପ୍ରଯୋଜିକା ତଥା ଅଭିନେତ୍ରୀ ବର୍ଷା ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ମାଧ୍ୟମରେ ସ୍ୱାଗତ ଜଣାଇବା ସହିତ ଟିମ କୁ ଖୁବ ସୁନ୍ଦର ଭାବେ ସମ୍ବର୍ଦ୍ଧନା ଜଣେଇ ପାଛୋଟି ନେଇଥିଲେ । ଭାରି ଉତ୍ସାହିତ ଥିଲେ ପିଲାମାନେ ପ୍ରତୀକ୍ଷା ର ଝଲକ ଦେଖିବା ପାଇଁ । ଟିମ ପହଞ୍ଚିବା ଆଗରୁ ଚଳଚ୍ଚିତ୍ର ସମ୍ପର୍କରେ ବେଶ କିଛି ଖବର ରଖିଥିଲେ ଷ୍ଟାଫ ଏବଂ ଛାତ୍ରଛାତ୍ରୀ । ଖୁବ ସୁନ୍ଦର ଉପସ୍ଥାପନା ଶୈଳୀ ରେ ପ୍ରତୀକ୍ଷା ପ୍ରମୋସନକୁ ଆଗେଇନେଇଥିଲେ ଆସ୍ଥା ର ପ୍ରଫେସର ଶ୍ରୀଯୁକ୍ତ ଜୀନାଶିଷ ମହାନ୍ତି ।

ସମସ୍ତ ଡିଗ୍ରୀ ଛାତ୍ରଛାତ୍ରୀ ଚଳଚ୍ଚିତ୍ର ଟିକୁ ଦେଖିବାକୁ ଅଡିଟୋରିୟମରେ ବସିଥିବା ବେଳେ ସମସ୍ତଙ୍କ ଆଖି ଓଦା ହେଇଯାଇଥିଲା । କେତେଜଣ ଅଧ୍ୟାପକ ଙ୍କ ସହିତ କର୍ମକର୍ତ୍ତା ମଧ୍ୟ ପ୍ରତୀକ୍ଷା ର ସାମାନ୍ୟ ଝଲକ ରେ ଆଖି ଛଳ ଛଳ ହେଇଚି । ଆଜିର ପ୍ରୋମସନ ପାଇଁ ଉପସ୍ଥିତ ଥିଲେ ଅଭିନେତ୍ରୀ ବର୍ଷା ପଟ୍ଟନାୟକ ଏବଂ ସଂଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ । ବର୍ଷା ଙ୍କ କଥା ଶୁଣି ଏବଂ ପରଦାରେ ଅଭିନୟ ଦେଖି ପିଲାମାନେ ଖୁବ ଅନୁପ୍ରାଣିତ ହେଇଥିଲେ, ଆଶିଷ ଙ୍କ କଣ୍ଠରୁ ଗୀତ ଶୁଣି ମଧ୍ୟ ବହୁତ ବିମୋହିତ ହେଇଥିଲେ । ପିଲାମାନେ ମଧ୍ୟ ନିଜ ନିଜ ମତ ରଖିଥିଲେ ଚଳଚ୍ଚିତ୍ର ସମ୍ପର୍କ ରେ… ଅନେକ ପ୍ରଶ୍ନ ଥିଲା ଯାହାଙ୍କ ଉତ୍ତର ରଖିଥିଲେ ବର୍ଷା । ଅନୁଷ୍ଠାନ ତରଫରୁ ଅନେକ ପ୍ରଶଂସିତ ହୋଇଥିଲା ଚଳଚ୍ଚିତ୍ର ପ୍ରତୀକ୍ଷା ଝଲକ । ଶେଷରେ ବର୍ଷା ପଟ୍ଟନାୟକ ଙ୍କ ହାତରେ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ତରଫରୁ ପ୍ରିନସିପାଲ ଡକ୍ଟର ଶର୍ମିଳା ଶୁଭ୍ରମନିଅନ ଏବଂ ସେକ୍ରେଟାରୀ ଡକ୍ଟର ବଙ୍କିମ ମହାନ୍ତି ଏକ momento ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଗୋପାଳ ବାବୁଙ୍କ ତତ୍ୱାବଧାନରେ ଟିମ ପ୍ରତୀକ୍ଷା ସମସ୍ତ କାର୍ଯ୍ୟକ୍ରମ କୁ ସମାପନ କରିଥିଲା ।

Leave A Reply

Your email address will not be published.