ନୂଆ ମ୍ୟୁଜିକ୍ ଚ୍ୟାନେଲ ଆମ ଟିଭି ମ୍ୟୁଜିକ୍ ଲୋକାର୍ପିତ

0

ଆମ ଟିଭି ନିଉଜ ଏବଂ ଏଣ୍ଟରଟେନ୍‌ମେଣ୍ଟ ୟୁଟ୍ୟୁବ୍ ଚ୍ୟାନେଲର ସଫଳତା ପରେ ଦୀପାବଳୀ ଅବସରରେ ଆମ ଟିଭି ମ୍ୟୁଜିକ ଚ୍ୟାନେଲ୍ ଭୁବନେଶ୍ଵରରେ ଲୋକାର୍ପିତ ହୋଇଯାଇଛି । ଶୃତି ମଧୁର ଓ ଲୋକାଦୃତ ସଂଗୀତର ପ୍ରତିଶୃତି ଦେଇ ଚ୍ୟାନେଲଟି ସବୁ ବର୍ଗର ଲୋକଙ୍କ ପାଇଁ ମନୋରଞ୍ଜନ ଦେବ ବୋଲି ଚ୍ୟାନେଲକୁ ଲୋକାର୍ପିତ କରିି ଶିକ୍ଷାବିତ୍ ପ୍ରଯୋଜକ ବିରଞ୍ଚିନାରାୟଣ ପଣ୍ଡା ମତବ୍ୟକ୍ତ କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ କଣ୍ଠରେ ସଂଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତିଙ୍କ ଜହ୍ନ ଗୋଟେ ଛୋଟ ବିସ୍କୁଟ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା , ଏନ ଗଙ୍ଗାଧର ରେଡି, ଶିକ୍ଷାବିତ୍ ରୋଟାରିୟାନ ପ୍ରସନ୍ନ ଚୈଧୁରୀ, ସମାଜ ସେବୀ ଶଶି ଭୁଷଣ ଦାସ, ଶ୍ରୀକାନ୍ତ ନାୟକ, ଏମ୍. ତେଜେଶ୍ଵର ରାଓ ପ୍ରମୁଖ ଯୋଗଦେଇଥିଲେ ।

ଆମ ଟିଭି ମ୍ୟୁଜିକର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଣୟ ଜେଠୀ ଏହାର ପ୍ରଥମ ଗୀତ ଛାଁ କୁ ଛାଁ କୁ ଦର୍ଶକଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ଗୀତ ଟିକୁ ସଂଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ସୁବ୍ରତ ସ୍ୱାଇଁ । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନୁରାଧା ପାଣିଗ୍ରାହୀ । ଅତିଶୀଘ୍ର ଆମ ଟିଭି ମ୍ୟୁଜିକ୍ ଓଡ଼ିଶାର ନାମି ଦାମୀ କଣ୍ଠଶିଳ୍ପୀଙ୍କୁ ନେଇ ନୂଆ ନୂଆ ଗୀତ ଓଡ଼ିଆ ଦର୍ଶକମାନଙ୍କୁ ଭେଟି ଦେବ ବୋଲି ଶ୍ରୀ ଜେଠୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.