ନୟାଗଡ଼(ଆମ ଟିଭି): ପରୀ ହତ୍ୟା ମାମଲାରେ ଆସିଛି ବଡ଼ ଖବର । ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସରୋଜ ସେଠୀକୁ ମିଳିଲା ଅନ୍ତରୀଣ ଜାମିନ । ସରୋଜକୁ ହାଇକୋର୍ଟ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଜାମିନରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ ରହିବ, ତାହା ତଳ କୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି ଉଚ୍ଚ ନାୟ୍ୟାଳୟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲା ସରୋଜ । ଏହି ଜାମିନ୍ ସମୟରେ ସେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା କରାଇବ ବୋଲି ଆବେଦନରେ ଜଣାଇଥିଲା ।
ଏହି ସମୟ ମଧ୍ୟରେ ଆବଶ୍ୟକ ପଡିଲେ ଥାନାରେ ଆସି ଦେଖାକରିବ ଅଭିଯୁକ୍ତ । ଥାନା ଅଧିକାରୀଙ୍କୁ ନଜଣାଇ କେଉଁଆଡେ ଯିବ ନାହିଁ ଏବଂ ଘଟଣା ସହ ଜଡିତ କୌଣସି ସାକ୍ଷ୍ୟ ପ୍ରମାଣଙ୍କୁ ଦେଖା କରିପାରିବ ନାହିଁ । ୧୦ ଦିନିଆ ଜାମିନ୍ ଅବଧି ଶେଷ ହେବା ପରେ ପୁଣି କୋର୍ଟରେ ନିଜକୁ ସରେଣ୍ଡର କରିବ ସରୋଜ ।