ଭୁବନେଶ୍ୱର (ଆମ ଟିଭି): ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ସବୁ ରାଜନୈତିକ ଦଳ । ଏହାରି ଭିତରେ ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପୁରୀ ଲୋକସଭା ମଣ୍ଡଳୀର ବାଣପୁରରେ ଜନସଭାକୁ ସମ୍ବୋଧନ କରିବେ ନଡ୍ଡା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଏହି ଜନସଭାକୁ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି । ବାଣପୁର ପୂର୍ବରୁ କନ୍ଧମାଳ ତୁମୁଡ଼ିବନ୍ଧରେ ନଡ୍ଡା ଏକ ଜନସଭା କରିବେ ।
ଜଲେଶପଟ୍ଟା ସ୍ଥିତ ଶଙ୍କରାଚାର୍ୟ୍ୟ ଗୁରୁକୂଳ କନ୍ୟାଶ୍ରମର ଏକ କାର୍ୟ୍ୟକ୍ରମକୁ ମଧ୍ୟ ସେ ଯିବାର କାର୍ୟ୍ୟକ୍ରମ ରହିଛି । ନଡ୍ଡାଙ୍କର ଏହା ଦିନିକିଆ ଗସ୍ତ । ଗତ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ତେବେ କିଛି ଆସନରେ କଡ଼ା ଟକ୍କର ସତ୍ୱେ ହାରିଯାଇଥିଲା । ଏବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱର ନଜରରେ ଏହି ସବୁ ଆସନ ରହିଛି ।