ଜେଲରୁ ବାହାରିଲେ କୋଚ୍ଚର ଦମ୍ପତି

0

ନୂଆଦିଲ୍ଲୀ (ଆମ ଟିଭି): ଜେଲରୁ ମୁକୁଳିଲେ କୋଚର ଦମ୍ପତି । କାଲି ଜାମିନ ମିଳିବା ପରେ ଆଜି ଜେଲ୍ରୁ ବାହାରିଛନ୍ତି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ୟ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦା କୋଚର। ଠକେଇ ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ତାଙ୍କ ଗିରଫ ଆଇନର ବ୍ୟବସ୍ଥା ଅନୁଯାୟୀ କରାଯାଇ ନାହିଁ। ଜଷ୍ଟିସ୍ ରେବତୀ ମୋହିତାଇ ଡେରେ ଏବଂ ଜଷ୍ଟିସ୍ ପି. କେ ଚହ୍ୱାନ ଖଣ୍ଡପୀଠ କହିଛନ୍ତି, କୋଚର ଦମ୍ପତିଙ୍କ ଗିରଫଦାରୀ ସିଆର୍ପିସି ଧାରା ୪୧-ଇ ଉଲ୍ଲଂଘନ କରିଛି।

ଯେକୌଣସି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଆଇନଗତ ମଞ୍ଜୁରୀ ଆବଶ୍ୟକ। କିନ୍ତୁ ସିବିଆଇକୁ ସେମିତି କୌଣସି ତଦନ୍ତ ପାଇଁ ମଞ୍ଜୁରୀ ମିଳି ନାହିଁ। ତେଣୁ ଗିରଫ ବେଆଇନ ବୋଲି ଦର୍ଶାଇବା ପରେ ବମ୍ବେ ହାଇକୋର୍ଟ ଏହା ଉପରେ ବିଚାର କରି ସହମତି ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଆଇସିସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ୨୩ ଡିସେମ୍ବର ଦିନ ସିବିଆଇ ଗିରଫ କରିଥିଲା।।

Leave A Reply

Your email address will not be published.