ସମ୍ପତ୍ତି ତାଲିକା ନ ଦେଲେ ବନ୍ଦ ହେବ ଦରମା: ଅଧିକାରୀଙ୍କୁ କୃଷି ବିଭାଗର ଚରମବାଣୀ

0

ଭୁବନେଶ୍ୱର (ଆମ ଟିଭି): ଆଉ ନିସ୍ତାର ନାହିଁ । ଏଣିକି ସମ୍ପତ୍ତି ତାଲିକା ନ ଦେଲେ ମିଳିବନି ଦରମା । ବିଭାଗୀୟ ଅଧିକାରୀଙ୍କୁ କୃଷି ବିଭାଗର ଚରମବାଣୀ । ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତି ଦାଖଲ ନକଲେ ଫେବୃଆରୀ ମାସରୁ ଦରମା ବନ୍ଦ ପାଇଁ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚରମବାଣୀ ଶୁଣାଇଛି କୃଷି ବିଭାଗ । ସମ୍ପତି ତାଲିକା ଦାଖଲ ନହେବା ପର୍ୟ୍ୟନ୍ତ ଦରମା ବନ୍ଦ ରହିବ ।

କୃଷି ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢୀ ବିଭାଗର ସମସ୍ତ ମୁଖ୍ୟ ଅଧିକାରୀଙ୍କୁ ଏନେଇ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ଡିସେମ୍ବର ୩୧ ସୁଦ୍ଧା ସମ୍ପତି ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ବି ବହୁ ଅଧିକାରୀ ସେମାନଙ୍କ ସମ୍ପତି ତାଲିକା ଦେଇନାହାନ୍ତି । ଏହି ନିୟମ ସର୍ବଭାରତୀୟ ସେବା ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି କୁହାଯାଇଛି । ଏପରିକି ନିଜ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି କହିଛନ୍ତି ଡକ୍ଟର ଅରବିନ୍ଦ ପାଢୀ ।

Leave A Reply

Your email address will not be published.