ସକାଳର ହେଲ୍ଦି ଡାଏଟ୍ ଦେବ ଦିନସାରା ଏନର୍ଜି, ଜାଣନ୍ତୁ କଣ ଖାଇବେ?

0

ଭୁବନେଶ୍ବର: ସୁସ୍ଥ ଜୀବନଶୈଳୀ ପାଇଁ ସକାଳର ଜଳଖିଆକୁ ସବୁଠାରୁ ଜରୁରୀ। ଯଦି ସକାଳେ ପୁଷ୍ଟିକର ଓ ହେଲ୍ଦି ବ୍ରେକଫାଷ୍ଟ କରାଯାଏ, ତେବେ ଶରୀର ସୁସ୍ଥ ରହିବା ସହ ଦିନସାରା ଶକ୍ତିଶାଳୀ ଓ ସକ୍ରିୟ ଅନୁଭବ ହୁଏ। ତେଣୁ ଦିନର ଆରମ୍ଭ ସବୁବେଳେ ହାଲୁକା ଏବଂ ପୋଷ୍ଟିକ ଖାଦ୍ୟ ସହ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି।

 

ସକାଳେ ଖାଲି ପେଟରେ ପ୍ରଥମେ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ପରେ କିଛି ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ଦିନସାରା ଏନର୍ଜି ମିଳିଥାଏ ଏବଂ ଅଳସ୍ୟ ଦୂରେଇ ରହେ।

 

ସକାଳେ କେଉଁ ଖାଦ୍ୟ ଖାଇବେ?

 

ବାଦାମ:

ରାତିସାରା ଭିଜାଇ ରଖାଯାଇଥିବା ବାଦାମ ସକାଳେ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ। ଏଥିରେ ଭିଟାମିନ୍, ପ୍ରୋଟିନ୍ ଓ ମିନେରାଲ୍ସ ପ୍ରଚୁର ପରିମାଣରେ ଥାଏ। ବାଦାମ ମସ୍ତିଷ୍କକୁ ସଚେତନ କରିବା ସହ ଶରୀରକୁ ସୁସ୍ଥ ରଖିଥାଏ। ଏହା କ୍ଷୁଧାକୁ ନିୟନ୍ତ୍ରଣ କରି ମୋଟାପଣ ହ୍ରାସରେ ମଧ୍ୟ ସାହାଯ୍ୟ କରେ।

 

ଖଜୁରୀ:

ଖଜୁରୀକୁ ଏନର୍ଜିର ଭଣ୍ଡାର ବୋଲି କୁହାଯାଏ। ଏଥିରେ ଥିବା ପୁଷ୍ଟିକର ତତ୍ତ୍ୱ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ସେହିପରି ଏହା ହଜମ ପ୍ରକ୍ରିୟାକୁ ମଜବୁତ କରି କୋଷ୍ଠକାଠିନ୍ୟ ଓ ଏସିଡିଟି ଭଳି ସମସ୍ୟାକୁ ଦୂର କରିଥାଏ।

 

ଚିଆ ସିଡ୍ସ:

ଚିଆ ସିଡ୍ସରେ ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଆଇରନ୍ ଓ ଭିଟାମିନ୍ ବି ପ୍ରଚୁର ପରିମାଣରେ ଥାଏ। ଗୋଟିଏ ଚାମଚ ଚିଆ ସିଡ୍ସକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଇଲେ ଶରୀରକୁ ଭଲ ଏନର୍ଜି ମିଳେ। ଏହାକୁ ସ୍ମୁଦି, ଫଳ କିମ୍ବା ଜଳଖିଆ ସହିତ ମିଶାଇ ମଧ୍ୟ ଖାଇପାରିବେ।

 

ଅମୃତଭଣ୍ଡା:

ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ଶରୀର ପାଇଁ ବହୁତ ଉପକାରୀ। ଏହା ପେଟ ସଫା ରଖିବା ସହ ଶରୀରକୁ ଡିଟକ୍ସ କରିଥାଏ। ଚର୍ମ ପାଇଁ ମଧ୍ୟ ଅମୃତଭଣ୍ଡା ବହୁତ ଲାଭଦାୟକ ବୋଲି ଧରାଯାଏ। ଏହା ଖରାପ କୋଲେଷ୍ଟ୍ରଲ୍ କମେଇବାରେ ମଧ୍ୟ ସାହାଯ୍ୟ କରେ। ତେବେ ଅମୃତଭଣ୍ଡା ଖାଇବା ପରେ କମରେ କମ୍ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବାକୁ ଏଡ଼ାଇବା ଉଚିତ୍।

Leave A Reply

Your email address will not be published.