ଜାମିନ ପରେ ପୁଣି ଗିରଫ ହେଲେ ଇମ୍ରା
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନ୍ଙ୍କୁ ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ଜାମିନ ଦେବାର କିଛି ସମୟ ପରେ ତାଙ୍କୁ ପୁଣି ଗିରଫ କରାଯାଇଛି। ତେଣୁ ୭୦ ବର୍ଷୀୟ ଇମ୍ରାନ ଖାନ୍ଙ୍କ ପାଇଁ ଜେଲରୁ ମୁକୁଳିବା ବାଟ ବନ୍ଦ ହୋଇଯାଇଛି।
ସେ ବର୍ତ୍ତମାନ ବିଚାର ବିଭାଗୀୟ ହେପାଜତରେ ରହିବେ ଏବଂ ବୁଧବାର (ଅଗଷ୍ଟ ୩୦) ତାଙ୍କୁ ଅଦାଲତରେ ହାଜର କରାଯିବ। ପୂର୍ବରୁ ସେ ତୋଷଖାନା ମାମଲାରେ ଗିରଫ ହୋଇଥିବାବେଳେ ଆଜି ସାଇଫର ମାମଲାରେ ଗିରଫ କରାଯାଇଛି। ଇମ୍ରାନ କ୍ଷମତାରେ ଥିବାବେଳେ ଗୋପନୀୟ କୂଟନୀତିଜ୍ଞ କେବୁଲ (ସାଇଫର)ର ଅପବ୍ୟବହାର କରିଥିବା ଅଭିଯୋଗ ତାଙ୍କ ନାମରେ ରହିଛି