ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ଶୁଭାରମ୍ଭ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ରାଜ ଭବନରୁ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିବେ। ‘ଆୟୁଷ୍ମାନ ଭବ’ ଏକ ଦେଶବ୍ୟାପୀ ପଦକ୍ଷେପ, ଯାହା ଦେଶର ପ୍ରତ୍ୟେକ ଗ୍ରାମ ଏବଂ ସହରକୁ ସ୍ବାସ୍ଥ୍ୟ ସେବାର ବ୍ୟାପକ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି।
‘ଆୟୁଷ୍ମାନ ଭାରତ’ କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଆରମ୍ଭ ହୋଇଛି। ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହେବ । ଏହି ଅଭିଯାନ ଅଧୀନରେ ୧୭ ସେପ୍ଟେମ୍ବରରୁ ୨ଅକ୍ଟୋବର ପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନା ସହିତ ଜଡିତ ସମସ୍ତ ସ୍ବାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରରେ ଆୟୁଷ୍ମାନ ମେଳା ଆୟୋଜନ କରାଯିବ ।
ଏଥିରେ ଗରିବ ଲୋକଙ୍କୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ତୁରନ୍ତ କାର୍ଡ ପ୍ରସ୍ତୁତ କରାଯିବ। ମେଡିକାଲ କଲେଜ ଏବଂ ଦେଶର ସମସ୍ତ ଜିଲାର ବ୍ଲକରେ କ୍ୟାମ୍ପ ଆୟୋଜନ କରାଯିବ। ବାସ୍ତବରେ ଆୟୁଷ୍ମାନ ଭବ ଅଭିଯାନ ହେଉଛି ଦେଶବ୍ୟାପୀ ସ୍ବାସ୍ଥ୍ୟସେବା ଏକ ବ୍ୟାପକ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଗ୍ରାମ ଏବଂ ସହରକୁ ସ୍ବାସ୍ଥ୍ୟ ସେବା ଯୋଗାଇବା।