ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, ୬ ମାସ ତଳେ ଆସିଥିଲା ପ୍ରାଣୀ ଉଦ୍ୟାନ

0

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦ୍ଧାର ହାତୀ ଛୁଆ ମୃତ । ଚଳିତ ମାସ ୬ ତାରିଖରେ କରଞ୍ଜିଆରୁ ଉଦ୍ଧାର ହୋଇ ଚିକିତ୍ସା ପାଇଁ ନନ୍ଦନକାନନ ଆସିଥିଲା।  ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।

ସୂଚନାଥାଉକି, ଚଳିତ ମାସ ୫ ତାରିଖ ବିଳମ୍ବିତ ରାତିରେ କରଞ୍ଜିଆ ବନବିଭାଗ ଏକ ସ୍ବତନ୍ତ୍ର ଗାଡ଼ିରେ ହାତୀ ଛୁଆଟିକୁ ଆଣିଥିବା ବେଳେ ୬ ତାରିଖରେ ଚିକିତ୍ସା ପାଇଁ କରଞ୍ଜିଆରୁ ନନ୍ଦନକାନନ ଆସିଥିଲା । ହାତୀ ଶାଳର ଏକ ସ୍ଵତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ହାତୀ ଛୁଆଟିକୁ ରଖାଯାଇଥିଲା ।

ସେଠାରେ ତାର ଚିକିତ୍ସା କରାଯାଉଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.