ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣା , ୧୦ ମାସ ପରେ ଗିରଫ ଅଧ୍ୟକ୍ଷଙ୍କୁ ମିଳିଲା ଜାମିନ

0

ବାଲେଶ୍ବର : ଜେଲ୍ ରୁ ଜାମିନ ରେ ବାହାରିଲେ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ତତ୍କାଳୀନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଦୀର୍ଘ ୧୦ ମାସ ପରେ ଜେଲ ରୁ ବହାରିଲାପରେ ନିଜ ଶୁଭେଚ୍ଛୁଙ୍କୁ ଭେଟି ଭାବବିହ୍ୱଳ ହୋଇଗଲେ ଦିଲ୍ଲୀପ ଘୋଷ । ଗଣମାଧ୍ୟମକୁ କିଛି କହିଲେ ନାହିଁ । ଶୁଭେଚ୍ଛୁମାନେ ବେକରେ ଫୁଲ ମାଳ ଓ ମିଠା ଖୁଆଇ ପାଛୋଟି ନେଲେ ତତକାଳିନ ଅଧକ୍ଷ ଦିଲ୍ଲୀପ ଘୋଷଙ୍କୁ । ବାଲେଶ୍ୱର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଗତ ବର୍ଷ ଜୁଲାଇ ୧୨ ତାରିଖରେ ଜନୈକ ଛାତ୍ରୀଙ୍କୁ କଲେଜ୍ ର ଶିକ୍ଷା ବିଭାଗ ମୁଖ୍ୟ ସମୀର ସାହୁ ଅନୁଗ୍ରହ ମାଗିବା ଘଟଣାକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା , ଆଉ ଛାତ୍ରୀ ଜଣକ ନ୍ୟାୟ ନପାଇ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ ।

 

ଏହି ମାମଲାରେ ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ଅଭିଯୁକ୍ତ ଶିକ୍ଷା ବିଭାଗ ମୁଖ୍ୟ ସମୀର ସାହୁ ଓ ତତ୍କାଳୀନ ଅଧ୍ୟାପକ ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଥିଲା । ଆଜି ଦୀର୍ଘ ୧୦ ମାସ ଧରି ବିଚାର ବିଭାଗୀୟ ହାଜତରେ ବିଚାରାଧୀନ କଏଦୀ ଭାବରେ ଜେଲ ହାଜତରୁ ଜାମିନରେ ବାହାରିଛନ୍ତି ଦିଲ୍ଲୀପ ଘୋଷ । ଅଧକ୍ଷ ଦିଲ୍ଲୀପ ଘୋଷ ଏବଂ ଶିକ୍ଷା ବିଭାଗ ମୁଖ୍ୟ ସମୀର ସାହୁ ବିରୋଧରେ ଜୁଲାଇ ୧୨ ତାରିଖ ୨୦୨୫ ରେ ମାମଲା ରୁଜୁ ହୋଇଥିଲା । ଏମାନଙ୍କୁ ସହଦେବ ଖୁଣ୍ଟା ଥାନା ପୁଲିସ ଜୁଲାଇ ୧୪ ରେ ଗିରଫ କରିଥିଲା । ଏହି ଘଟଣାକୁ ପରବର୍ତ୍ତୀ ପର୍ଯ୍ୟାୟରେ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ରାଇମ୍ ବ୍ରାଞ୍ଚ ୧୨୯ ଜଣ ସାକ୍ଷୀଙ୍କ ଜମାନବନ୍ଦୀକୁ ଆଧାର କରି ଚାର୍ଜସିଟ୍ ଦାଖଲ କରିଥିଲା । ଏହାସହ ଏହି ମାମଲାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.