ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଆଗାମୀ ୧୫ ଦିନ ଯାଏଁ ଗଙ୍ଗା ଏକ୍ସପ୍ରେସ ୱେରେ କଟିବନି ଟୋଲ୍

0

ଉତ୍ତରପ୍ରଦେଶ ଯୋଗୀ ସରକାର ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି । ସରକାର ଗଙ୍ଗା ଏକ୍ସପ୍ରେସ ୱେରେ ମଇ ଦ୍ବିତୀୟ ସପ୍ତାହ ଯାଏଁ କୌଣସି ଟୋଲ ଟ୍ୟାକ୍ସ ନିଆଯିବ ନାହିଁ ବୋଲି ଘୋଷଣା ହୋଇଛି । ଗଙ୍ଗା ଏକ୍ସପ୍ରେସ ୱେରେ ଆଗାମୀ ୧୫ ଦିନ ଯାଏଁ ଟୋଲ ଫ୍ରି ରହିଛି । ୨୯ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେରଠକୁ ପ୍ରୟାଗରାଜ ସହିତ ଯୋଡୁଥିବା ଗଙ୍ଗାଏକ୍ସପ୍ରେସ ୱେକୁ ଉଦ୍ଘାଟନ କରିଥିଲେ ।

ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁସାରେ ଉତ୍ତର ପ୍ରଦେଶ ଏକ୍ସପ୍ରେସୱେ ଉଦ୍ୟୋଗିକ ବିକାଶ ପ୍ରାଧିକରଣ(UPDIDA) କୁ ଟୋଲ ଟ୍ୟାକ୍ସ ନ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଏକ୍ସପ୍ରେସ ୱେରେ ୧୫ ଦିନ ପରେ ପୁଣି ଟୋଲ ଟ୍ୟାକ୍ସ ଆଦାୟ କରାଯିବ ।

ଗଙ୍ଗା ଏକ୍ସପ୍ରେସ ୱେ ଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ । ମେରଠରୁ ପ୍ରୟାଗରାଜ ୫୯୪ କିମି ଦୂର । ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ ୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ । ଏହି ଛଅ ଲେନ ବିଶିଷ୍ଟ ରାସ୍ତା ୮ ଲେନକୁ ସମ୍ପ୍ରସାରିତ ହୋଇପାରୁଥିବା ବେଳେ ମିରଟରୁ ପ୍ରୟାଗରାଜ ମଧ୍ୟରେ ୧୨ ଟି ଜିଲ୍ଲା ସହିତ ସଂଯୋଗ କରୁଛି । ଗଙ୍ଗା ଏକ୍ସପ୍ରେସ ୱେ ମେରଠ, ହାପୁଡ, ବୁଲନ୍ଦସହର, ଅମରୋହା, ସମ୍ଭଲ, ବଦାୟୁ, ଶାହଜାହାଁପୁର, ହରଦୋଇ, ଉନ୍ନାଓ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ଭଳି ୧୨ଟା ଜିଲ୍ଲା ସହିତ ଯୋଡୁଛି ।

Leave A Reply

Your email address will not be published.