ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ହେଲେ ଡିସି ଜୈନ

0

ନୂଆଦିଲ୍ଲୀ: କ୍ୟାବିନେଟର ନିଯୁକ୍ତି କମିଟି ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ସେଣ୍ଟ୍ରାଲ ଇନଭେଷ୍ଟିଗେସଶନ ବ୍ୟୁରୋ (ସିବିଆଇ)ର ଅତିରିକ୍ତ ନିର୍ଦ୍ଦେଶକ ଡିସି ଜୈନଙ୍କୁ ନିଯୁକ୍ତି ଦେବା ପାଇଁ କର୍ମଚାରୀ ଏବଂ କାର୍ମିକ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ସ୍ବତନ୍ତ୍ର ନିର୍ଦ୍ଦେଶକ ରହିବେ। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଆଇପିଏସ ଅଧିକାରୀଙ୍କୁ ଅସ୍ଥାୟୀ ଭାବରେ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ପଦବୀରୁ ଅକ୍ଟୋବର ୩୧ ରେ ତାଙ୍କର ଅବସର ତାରିଖଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କୁ ପଦୋନ୍ନତି ଦିଆଯାଇଛି।

Leave A Reply

Your email address will not be published.