ମୋଦୀଙ୍କୁ ଭେଟିବେ ଦିଦି ! ଅଗଷ୍ଟର ‘ମେଗା’ ବୈଠକକୁ ନେଇ ବଢ଼ୁଛି ଚର୍ଚ୍ଚା

0

ନୂଆଦିଲ୍ଲୀ(ଆମ ଟିଭି): ମୋଦୀଙ୍କୁ ଭେଟିବେ ଦିଦି ! ହଁ ଆଜ୍ଞା ଅସନ୍ତା ଅଗଷ୍ଟ ୭ରେ ନୂଆଦିଲ୍ଲୀରେ ନୀତି ଆୟୋଗ ପରିଚାଳନା ପରିଷଦର ବୈଠକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଏଥିରେ କେନ୍ଦ୍ର ଏବଂ କିଛି ରାଜ୍ୟ ଗୁଡିକ ମଧ୍ୟରେ ବଢୁଥିବା ବିବାଦ ଏବଂ ଜିଏସଟିକୁ ନେଇ ଥିବା ବିବାଦ ଉପରେ ଆଲୋଚନା ହୋଇପାରେ ।

ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବା ପାଇଁ ଅଗଷ୍ଟ ୬ରେ ଦିଲ୍ଲୀ ଆସିପାରନ୍ତି । ତେବେ ତାଙ୍କର ଗସ୍ତକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କୌଣସି ସ୍ୱତନ୍ତ୍ର ବୈଠକକୁ ନେଇ ମଧ୍ୟ କିଛି ଚୂଡାନ୍ତ ହୋଇ ନାହିଁ । କିନ୍ତୁ ଯଦି ମମତା ବାନାର୍ଜୀ ଦିଲ୍ଲୀ ଗସ୍ତ କରି ବୈଠକରେ ଯୋଗ ଦିଅନ୍ତି, ତେବେ ରାଷ୍ଟ୍ରପତି ଭବନରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିପାରନ୍ତି। ପାର୍ଥ ଚାଟାର୍ଜୀଙ୍କୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ ରହିଛି । ମମତା ବାନାର୍ଜୀ ସରକାର ଚାପରେ ରହିଛି । ଏହାରି ଭିତରେ ଦୁଇ ନେତାଙ୍କ ବୈଠକ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି । 

Leave A Reply

Your email address will not be published.