ଏଲିଗାଣ୍ଟ ଇଣ୍ଟେରିଅର୍ସ ଶୋ’ ରୁମ୍ ର ଶୁଭ ଉଦଘାଟନ*
ଭୁବନେଶ୍ୱର :ସ୍ବପ୍ନର ଘରଟିଏ ତିଆରି କରିସାରିବା ପରେ ଆଜିକାଲିର ଚାକଚକ୍ୟ ଦୁନିଆରେ ସମସ୍ତେ ଘର ଭିତର ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି l ଘର ଭିତର ସୁସଜ୍ଜିତ କରିବା ପାଇଁ ଟ୍ୱିନ୍ ସିଟିର ମଧ୍ୟ ଭାଗ ନନ୍ଦନକାନନ ତ୍ରିଶୁଳିଆ ରାସ୍ତାରେ “ଏଲିଗାଣ୍ଟ ଇଣ୍ଟେରିଅର୍ସ” ନାମରେ ଏକ ବିଶାଳ ଶୋ’ ରୁମ୍ ର ଶୁଭ ଉଦଘାଟନ ହୋଇଛି l ଏହି ଶୁଭ ଉଦଘାଟନ ଅବସରରେ ଓଲିଉଡ଼ର ଆଗଧାଡିର ଚୁଲବୁଲି ନାୟିକା ସୁପ୍ରିୟା ନାୟକ ଯୋଗଦେଇଥିଲେ l ଟ୍ୱିନ୍ ସିଟିର ମଧ୍ୟ ଭାଗ ଅଞ୍ଚଳର ଅଧିବାସୀଙ୍କ ସୁବିଧା ପାଇଁ ଉଦ୍ୟୋଗୀ ବିଶ୍ୱରଞ୍ଜନ ରାୟ ଏପରି ଏକ ବିଶାଳ ଶୋ’ ରୁମ୍ ଶୁଭାରମ୍ଭ କରିଥିବାରୁ ଅଞ୍ଚଳବାସୀ ଢେର ପ୍ରଶଂସା କରିଥିଲେ l
ଗୋଟିଏ ଶୋ’ ରୁମ୍ ରୁ ସମସ୍ତ ନାମୀ ଦାମୀ କମ୍ପାନୀ ମାନଙ୍କର ପ୍ରଡକ୍ଟ ଯଥା :- ପ୍ରେଷ୍ଟିଜ ଅଲଟ୍ରାଫ୍ରେଶ ମୋଡୁଲାର କିଚେନ, କ୍ୟାପ୍ସ କମ୍ପାନୀ ର ଚି଼ମନି ଏବଂ ଗ୍ୟାସ ଷ୍ଟୋଭ, ଗ୍ଲେନ୍ ଚି଼ମନି ଏବଂ ଗ୍ୟାସ ଷ୍ଟୋଭ, ୟୁରେକା ଫୋବ୍ସ ୱାଟର ପ୍ୟୁରିଫାୟର ଓ ଭାକ୍ୟୁମ୍ କ୍ଲିନର, ସୋମାନୀ ସାନିଟାରୀ, ଜନସନ୍ ପେଡ୍ଡାର, ଗୋଡ୍ରେଜ୍ କମ୍ପାନୀ ର କବାଟ କ୍ୟାମେରା ଏବଂ ସିସିଟିଭି, ଆଇଲିପ୍ ଷ୍ଟିଲ ର କବାଟ ଓ ଝରକା, ରେକ୍ ଲାଡ କମ୍ପାନୀ ର ଆଲୁମିନିଅମ ସ୍ଲାଇଡ଼ର କବାଟ ଓ ଝରକା ଇତ୍ୟାଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ବୋଲି ଏଲିଗାଣ୍ଟ ଇଣ୍ଟେରିୟର୍ସ ର ମାଲିକ ବିଶ୍ୱରଞ୍ଜନ ରାୟ କହିଥିଲେ l