ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ତା'ସହିତ ବୃକ୍ଷ ରୋପଣ ଓ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ

0

ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ନୟାପଲ୍ଲୀ ୩୮ ନମ୍ବର ୱାର୍ଡର ଅନେକ ମାନ୍ୟଗଣ୍ୟ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଜଣାଇବା ପାଇଁ ପୂଜ୍ୟ ପୂଜାର ପରମ୍ପରା ଅନୁସାରେ ଏକ ସମ୍ବର୍ଦ୍ଧନା ପର୍ବ ପାଳିତ ହୋଇଛି l ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ସର୍ବ ଭାରତୀୟ ବରିଷ୍ଠ ନାଗରିକ ସଂଘର ସଭାପତି କୃପାସିନ୍ଧୁ ସାହୁ, ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ, ଶିଳ୍ପପତି ଡଃ ଗଗନ ରାଉତ, ନିରଞ୍ଜନ ପଣ୍ଡା (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ), ଆସିଆ ବେଗମ (୪୦ ନମ୍ବର ୱାର୍ଡ କର୍ପୋରେଟର), ଶ୍ରୀମତୀ ମଧୁ ମାରିକ, ପୂର୍ବତନ କର୍ପୋରେଟର ନବ କିଶୋର ବେହେରା, ନଟବର ସାମନ୍ତରାୟ, ରମେଶ ପଟ୍ଟନାୟକ (ନୟାପଲ୍ଲୀ ମଣ୍ଡଳ ବରିଷ୍ଠ ନାଗରିକ ସମ୍ପାଦକ), ମହେନ୍ଦ୍ର ବଳବନ୍ତରାୟ (ନୟାପଲ୍ଲୀ ଦୁର୍ଗା ପୂଜା କମିଟି ପୂର୍ବତନ ସମ୍ପାଦକ), ୱାର୍ଡ ଅଫିସର ଭାଗିରଥି ନାୟକ, ସାନିଟାରୀ ଇନସ୍ପେକ୍ଟର ଭାଗ୍ୟଶ୍ରୀ ପ୍ରମୁଖ ଯୋଗଦେଇ ଆଜିର ଦିବସ ଉପରେ ବକ୍ତବ୍ୟ ଦେଇଥିଲେ l

ଶ୍ରୀମଦ ଭଗବତ ଗୀତା ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିଲା l ବିଗତ ଦିନରେ ଅଞ୍ଚଳବାସୀଙ୍କ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ବର୍ତ୍ତମାନର ଯୁବପିଢ଼ି ପାଇଁ ସେମାନେ ପ୍ରେରଣା ସାଜିଛନ୍ତି, ତେଣୁ ସେହି ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏହି ସମ୍ବର୍ଦ୍ଧନା ପର୍ବ ଆୟୋଜନ କରିଥିବା କଥା ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପଦ୍ମଜା ପ୍ରିୟଦର୍ଶିନୀ ଜେନା ଗଣମାଧ୍ୟମକୁ ପ୍ରକାଶ କରିଥିଲେ l ନୂତନ ୱାର୍ଡ କାର୍ଯ୍ୟାଳୟର ଆଜି ଠାରୁ କାର୍ଯ୍ୟକାରୀ ହେଲା ଏବଂ ଏହି କାର୍ଯ୍ୟାଳୟରେ ଟିକସ ଆଦାୟ ଠୁ ନେଇ ୱାର୍ଡ ର ବିଭିନ୍ନ ସଭା କାର୍ଯ୍ୟ ଏହିଠାରେ ଅନୁଷ୍ଠିତ ହେବ ବୋଲି ବିଧାୟକ କହିଥିଲେ l

କର୍ପୋରେଟର ମହାଶୟାଙ୍କ ହାତରେ ହାତ ମିଶାଇ ଯୁବ ସମାଜସେବୀ ସମରେନ୍ଦ୍ର କୁମାର ଜେନା ଅନେକ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରି ଆସୁଛନ୍ତି l ତାଙ୍କ ତତ୍ୱାବଧାନରେ ଗତ ଏକ ମାସ ହେବ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁଅଛି l ଯାହା ଆଗକୁ ମଧ୍ୟ ଚାଲିବ l ବୃକ୍ଷ ରୋପଣ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଜ୍ଞାନ ମେଳା, ସ୍ୱାସ୍ଥ୍ୟ ମେଳା ଆଦି କାର୍ଯ୍ୟକ୍ରମ କରି ଆସୁଛନ୍ତି l ତାଙ୍କ ସହିତ ସହକର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l କର୍ପୋରେଟର ଶ୍ରୀମତୀ ଜେନା ଏବଂ ସମାଜସେବୀ ସମରେନ୍ଦ୍ର ଜେନା ଙ୍କ ଏଭଳି ମହତ ଉଦ୍ଦେଶ୍ୟ ପାଇଁ ୱାର୍ଡ ବାସିନ୍ଦା ଅନେକ ପ୍ରଶଂସା କରିଥିଲେ l

Leave A Reply

Your email address will not be published.