ଭାରତ ନାଁ ଯାହାକୁ ଭଲ ଲାଗୁନି ଦେଶ ଛାଡ଼ନ୍ତୁ; ଦିଲ୍ଲୀପ ଘୋଷ

0

ନୂଆଦିଲ୍ଲୀ : ଦେଶର ନାମ ‘ଇଣ୍ଡିଆ’ ଏବଂ ‘ଭାରତ’ ଉପରେ ରାଜନୀତି ଚାଲିଛି। ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ କେନ୍ଦ୍ର ସରକାର ‘ଇଣ୍ଡିଆ’ ବଦଳରେ ‘ଭାରତ’ ନାମକୁ ପ୍ରୋତ୍ସାହିତ କରିଥିଲେ। ଏନେଇ ବିରୋଧୀ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସେପଟେ ପଶ୍ଚିମବଙ୍ଗରେ ବରିଷ୍ଠ ଭାଜପା ନେତା ଦିଲୀପ ଘୋଷ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତର ନାମ ‘ଇଣ୍ଡିଆ’ରେ ପରିବର୍ତ୍ତନ ହେବ ଏବଂ ଯେଉଁମାନଙ୍କର ଏଥିରେ ଅସୁବିଧା ଅଛି ସେମାନେ ଦେଶ ଛାଡି ପଳାନ୍ତୁ।

ଖଡଗପୁର ସହରରେ ଚାଲିଥିବା ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ଭାଜପା ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷ ମଧ୍ୟ ବିଦେଶୀମାନଙ୍କ ପ୍ରତିମୂର୍ତ୍ତି ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆମ ଦଳ ପଶ୍ଚିମବଙ୍ଗରେ ଯଦି କ୍ଷମତାକୁ ଆସେ, କୋଲକାତାର ସମସ୍ତ ବିଦେଶୀ ମୂର୍ତ୍ତି ହଟାଯିବ।

ସୂଚନାଯୋଗ୍ୟ,‘ଇଣ୍ଡିଆ’ ବନାମ ଭାରତକୁ ନେଇ ଦେଶରେ ରାଜନୀତି ଜୋର ଧରିଥିବାବେଳେ କେନ୍ଦ୍ର ସରକାର ଜି-୨୦ ଶିଖର ସମ୍ମିଳନୀରେ ‘ଭାରତ’ ନାମକୁ ସବୁଠି ବ୍ୟବହାର କରିଥିଲେ। ମୋଦି ସରକାରଙ୍କ ବିରୋଧରେ ଗଠିତ ବିରୋଧୀ ଦଳ ‘ଇଣ୍ଡିଆ’ର ନେତାମାନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.