ଇମ୍ରାନ ଖାନ ଗିରଫକୁ ଭର୍ତ୍ସନା କଲେ,, ପ୍ରାକ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ନାଟକୀୟ ଢଙ୍ଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘଟଣାରେ ନୂଆ ଟ୍ୱିଷ୍ଟ। ତାଙ୍କୁ ଘଣ୍ଟାଏ ଭିତରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନର ସୁପ୍ରିମକୋର୍ଟ। ଇମ୍ରାନଙ୍କ ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନ ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ସୁରକ୍ଷାକର୍ମୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଇମ୍ରାନଙ୍କୁ ଯେଉଁ ଭଳି ଭାବେ ପାକ୍‌ ରେଞ୍ଜର୍ସମାନେ National Accountability Bureau ବା ଏନବିଏର ନିର୍ଦ୍ଦେଶକ୍ରମେ ତଣ୍ଟିଆ ମାରି ଗିରଫ କରି ଟେକି ନେଇଥିଲେ, ତାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି। ଇସଲାମାବାଦ ହାଇକୋର୍ଟ ପରିସରରେ ପୂରା ଘଟଣା ଘଟିଥିଲା। ଏଥିସହ ଇସଲାମାବାଦ ଆଇଜି ଓ କୋର୍ଟ ରେଜିଷ୍ଟ୍ରାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ସମନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ଏନବିଏ ଆସନ୍ତାକାଲି ଇମ୍ରାନ ଖାନଙ୍କୁ ହାଜର କରିବା ପାଇଁ ଅନୁମତି ମାଗିଥିଲା। କିନ୍ତୁ ଏହାକୁ ସର୍ବୋଚ୍ଚ ଅଦାଲତ ଶୁଣି ନାହାନ୍ତି।

ପାକିସ୍ତାନ ସମୟ ୪.୩୦ରେ ଇମ୍ରାନ ଖାନଙ୍କୁ ହାଜର କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଉମର ଅଟ୍ଟା ବଣ୍ଡିଆଲ, ଜଷ୍ଟିସ ମହମ୍ମଦ ଅଲୀ ମଝାର ଓ ଜଷ୍ଟିସ ଅଥର ମିନୁଲ୍ଲାହଙ୍କୁ ନେଇ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.