ନନ୍ଦନକାନନରେ ବାଘୁଣୀ ସାରା ଅସୁସ୍ଥ

0

ଭୁବନେଶ୍ୱର(ଆମ ଟିଭି): ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘ ସଫାରୀରେ ରହୁଥିବା ବାଘୁଣୀ ସାରା ଆଉ ଚଲାବୁଲା କରିପାରୁନି। ଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିବାବେଳେ ଗୁରୁବାର ତଳେ ପଡ଼ିଯାଇଛି। ଦାୟିତ୍ୱରେ ଥିବା କର୍ମଚାରୀ ତାକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡ଼ିଛି। ଏହି ଖବରପାଇ ଡାକ୍ତର ସାରାର ଚିକିତ୍ସା ଆରମ୍ଭ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଜଣାପଡ଼ିଛି। ସାରା ଗୋଟିଏ ସ୍ଥାନରେ ପଡ଼ି ରହିଛି।

ଗତ କିଛିଦିନ ହେବ ବାଘ ନନ୍ଦନ ମଧ୍ୟ ଅସୁସ୍ଥ ହୋଇ ଚିକିତ୍ସା ହେଉଥିଲେ ମଧ୍ୟ ତା’ ସ୍ବାସ୍ଥ୍ୟରେ ଉନ୍ନତି ହୋଇପାରିନାହିଁ। ଏହାପରେ ସାରା ଅସୁସ୍ଥ ହେବା ଘଟଣା ପ୍ରାଣୀ ବିଭାଗ ଓ ଡାକ୍ତରଙ୍କ ଚିନ୍ତା ବଢାଇ ଦେଇଛି। ସାରା ୨୦୦୯ ଏପ୍ରିଲ ୧୮ରେ ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିଲା।

 

 

 

Leave A Reply

Your email address will not be published.