ନୂଆଦିଲ୍ଲୀ (ଆମ ଟିଭି): ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ୍ ହ୍ରାସ ପାଇଛି। ଦେଶର ତୈଳ ମାର୍କେଟିଂ କମ୍ପାନୀ (ଓଏମ୍ସିଏସ୍) ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଜୁନ୍ ପହିଲାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ତେବେ ଘରୋଇ ଏଲ୍ପିଜି ମୂଲ୍ୟ ଅପରିବର୍ତ୍ତିତ ରହିଛି ।
ଦର କମିବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ମୂଲ୍ୟ ୬୯.୪୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ମେ ୧ ତାରିଖରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୧୯ ଟଙ୍କା ହ୍ରାସ ପାଇଥିଲା। ଏହାଫଳରେ ବୈବସାୟିକ ଏଲପିଜି ସିଲିଣ୍ଡର ଦାମ୍ ୧୭୪୫ ଟଙ୍କାକୁ କମିଥିଲା।