୨୩ ତାରିଖ ରାତି ପୂର୍ବରୁ ପୁରୀ ଛାଡ

0

୨୩ ତାରିଖ ରାତି ପୂର୍ବରୁ ପୁରୀରେ ଥିବା ଭକ୍ତ ଓ ବାହାର ଲୋକଙ୍କୁ ପୁରୀ ଛାଡିବାକୁ ପରାମର୍ଶ ଦିଆଯାଇଛି। ୨୪ ଓ ୨୫ ତାରିଖରେ ଭକ୍ତଙ୍କୁ ପୁରୀ ଯିବା ମନା। ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କୁ ପୁରୀ ଛାଡିବାକୁ କୁହାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀ ଆହୁରି କହିଛନ୍ତି, ଆଉ ଯେଉଁମାନେ ପୁରୀରେ ରହିବେ, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ପୁରୀରେ ଥିବା ହବିଷ୍ୟାଳିଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା ବୈଠକ ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁରେଶ ପୂଜାରୀ।

ସେ କହିଛନ୍ତି, ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଆସିବ ଚପର। ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଛି। ୨୩ ତାରିଖରେ ପହଞ୍ଚିବ ଚପର। ପୂର୍ବରୁ ଅନୁଭବ ଥିବା ଜିଲ୍ଲପାଳ ଯେଉଁ ଜାଗାରେ ଥିଲେ ମଧ୍ୟ ପୂର୍ବ ଜାଗାକୁ ଯାଇ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲପାଳଙ୍କୁ ଗାଇଡ୍‌ କରିବେ। ଓଡ୍ରାଫ ଟିମ୍‌ ପୋଜିସନ ପାଇଁ ବାତ୍ୟା ପହଞ୍ଚିବା ପୂର୍ବରୁ ପହଞ୍ଚିବେ। NDRF ଟିମ୍‌ ଆସନ୍ତାକାଲିଠାରୁ ଜିଲ୍ଲାକୁ ଯିବେ। ଜିଲ୍ଲା, ବ୍ଲକ୍‌ ଓ ବିଭିନ୍ନ ବିଭାଗରେ ଖୋଲିବ କଣ୍ଟ୍ରୋଲ ରୁମ୍‌। ଯେତେ ଦିନ ପ୍ରଭାବ ରହିବ, ସେତେଦିନ ଯାଏଁ ଜିଲ୍ଲପାଳମାନଙ୍କୁ ଛୁଟି ଘୋଷଣା ପାଇଁ ଅଧିକୃତ କରାଯାଇଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.