ମନୀଷ ସିସୋଦିଆଙ୍କୁ ହାଜତରେ ନିର୍ଯାତନା ଦିଆଯାଉଛି: ଆପ୍

0

ନୂଆଦିଲ୍ଳୀ (ଆମ ଟିଭି): ମନୀଷ ସିସୋଦିଆ ଏବେ ସିବିଆଇ ଜାଲରେ । ଏହାରି ଭିତରେ ଆପ୍ର ଜାତୀୟ ମୁଖପାତ୍ର ସୌରଭ ଭରଦ୍ବାଜ ରବିବାର ଅଭିଯୋଗ କରିଛନ୍ତି ଯେ ସିବିଆଇ ଆପ୍ର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ହାଜତରେ ନିର୍ୟାତନା ଦେଇ ମିଥ୍ୟା ଅଭିଯୋଗ ଲେଖାଥିବା କାଗଜପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରୁଛି। ସିସୋଦିଆ କିଛି ଅପରାଧ କରି ନ ଥିଲେ ମଧ୍ୟ ଅପରାଧ କରିଛନ୍ତି ବୋଲି ସ୍ବୀକାର କରିବାକୁ ତାଙ୍କ ଉପରେ ଚାପ ପକାଯାଉଛି।

ଭରଦ୍ବାଜ କହିଛନ୍ତି ଯେ ସିସୋଦିଆଙ୍କ ବିରୋଧରେ ସିବିଆଇ ପାଖରେ କୌଣସି ପ୍ରମାଣ ନାହିଁ। କେଉଁ ପ୍ରମାଣ ନଷ୍ଟ କରାଯାଇଛି ତାହା ମଧ୍ୟ ସେମାନେ ଉଲ୍ଲେଖ କରିନାହାନ୍ତି। ସେମାନେ ସିସୋଦିଆଙ୍କ ଘରେ ଚଢ଼ଉ କରି କିଛି ପାଇ ନ ଥିଲେ ବୋଲି ଭରଦ୍ବାଜ କହିଛନ୍ତି।

 

Leave A Reply

Your email address will not be published.