ରାୟଗଡା ସିଜିମାଳିକୁ ଯିବ ନୂଆ ରେଳଲାଇନ୍

0

ରାୟଗଡା ଜିଲ୍ଲା ଟିକିରିରୁ ବକ୍ସାଇଟ୍ ଖଣି ପର୍ଯ୍ୟନ୍ତ ସଂଯୋଗ ହେବ ନୂଆ ରେଳ ଲାଇନ୍। ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ଏକ ନୂଆ ବ୍ରଡ୍ ଗଜ୍ ରେଳଲାଇନ୍ ପ୍ରକଳ୍ପକୁ ସ୍ଵତନ୍ତ୍ର ରେଳ ପ୍ରକଳ୍ପ ଭାବେ ମାନ୍ୟତା ଦିଆଯାଇଛି। ଏହି ପ୍ରକଳ୍ପ ଦ୍ଵାରା ରାଜ୍ୟର ପରିବହନ ବ୍ୟବସ୍ଥା ଅଧିକ ସୁଦୃଢ ହେବ ବୋଲି ଆଶା କରାଯାଉଛି। ଏ ନେଇ ପୂର୍ବତଟ ରେଳବାଇ ନିର୍ମାଣ ବିଭାଗ ପକ୍ଷରୁ ଏପ୍ରିଲ ୨୧ ୨୦୨୬ରେ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି। ଏହି ନୂଆ ରେଳପଥଟି ଟିକିରି ଷ୍ଟେସନକୁ କୁଟ୍ରୁମାଳି ଏବଂ ସିଜିମାଳି ବକ୍ସସାଇଡ୍ ଖଣି ସହ ସଂଯୋଗ କରିବ। ପୂର୍ବତଟ ରେଲଓ୍ବେର ଓ୍ବାଲଟିୟର ଡିଭିଜନ୍ ଅଧୀନରେ ଏହି ଲାଇନ୍ କାର୍ଯ୍ୟ କରିବ। ବକ୍ସସାଇଡ୍ ଖଣି ଅଞ୍ଚଳକୁ ସିଧାସଳଖ ରେଳ ସଂଯୋଗ କରିଲେ ଖଣିଜ ପରିବହନ ସହଜ ହେବା ସହ ସ୍ଥାନୀୟ ଅର୍ଥନୀତିକୁ ବେଶ୍ ଗତି ମିଳିବ। ଏହାଦ୍ଵାରା ଶିଳ୍ପାଞ୍ଚଳରେ ଯାତାୟତ ସୁବିଧା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.