ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଦିଲ୍ଲୀ ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ଦେଇଛି । ୨୮ ଜୁଲାଇରେ କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ଦିଆଯାଇଛି । ଏହା ଅଧିନରେ ମହିଳାଙ୍କୁ ମାସକୁ ୨,୫୦୦ ଟଙ୍କା ଆର୍ଥିକ ସହାୟତା ମିଳିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ଯୋଜନା ପୋର୍ଟାଲ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ।
ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ଦିଲ୍ଲୀର ମହିଳାମାନଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିନ । କ୍ୟାବିନେଟ ଦିଲ୍ଲୀରେ ଆମର ଭଉଣୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି । ଦିଲ୍ଲୀ ଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।
କେମିତି କରିବେ ଆବେଦନ :
– ଦିଲ୍ଲୀରେ ଲକ୍ଷ୍ମୀ ଯୋଜନା ପୋର୍ଟାଲ ଅଗଷ୍ଟ ୧ ତାରିଖରେ ଲଞ୍ଚ ହେବ । ଏହି ପୋର୍ଟାଲକୁ ଯାଇ ଆବେଦନ କରିପାରିବେ ।
-ମହିଳା ଆବେଦନକାରୀଙ୍କୁ ଆବେଦନ କରିବା ସମୟରେ ଏକ ଆତ୍ମ-ଘୋଷଣା ଫର୍ମ ଦାଖଲ କରିବାକୁ ପଡ଼ିବ।
-ମହିଳାଙ୍କୁ ଏହି ଫର୍ମରେ ପ୍ରମାଣପତ୍ର ଦେବାକୁ ପଡ଼ିବ ଯେ, ସେ ଅତି କମରେ ଗତ ୧୦ ବର୍ଷ ଧରି ଦିଲ୍ଲୀର ବାସିନ୍ଦା ହୋଇଥିବେ।
– ମହିଳାଙ୍କ ବୟସ ୨୧ ରୁ ୬୦ ବର୍ଷ ହୋଇଥିବ ।
-ମହିଳା ଆବେଦନକାରୀଙ୍କର କୌଣସି ଅପରାଧିକ ରେକର୍ଡ ନଥିବ ।
– ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ ଅଧିକ ହୋଇନଥିବ ।
ଏହି ଯୋଜନା ଦ୍ବାରା ଆର୍ଥିକ ଭାବେ ଦୁର୍ବଳ ଥିବା ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲାଭ ମିଳିବ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମାର୍ଚ୍ଚ ୨୦୨୬-୨୭ ଆର୍ଥିକ ବଜେଟ ବେଳେ ଏହି ଯୋଜନା ପାଇଁ ୫,୧୦୦ କୋଟି ଟଙ୍କା ଆବଣ୍ଟିତ କରିଥିଲେ ।