ଓଡ଼ିଶାକୁ ମିଳିଲା ଆଉ ଏକ ମେଗା ଗ୍ଲୋବାଲ୍ ଇଭେଣ୍ଟ, ୨୦୨୭ ଏସିଆନ୍ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା

0

ଓଡ଼ିଶାକୁ ମିଳିଲା ଆଉ ଏକ ମେଗା ଗ୍ଲୋବାଲ୍ ଇଭେଣ୍ଟ । ୨୦୨୭ ଏସିଆନ୍ ଚାମ୍ପିଅନସିପ୍ ଓଡ଼ିଶାକୁ ମିଳିଛି । ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ଓଡ଼ିଶା । ହଂକଂରେ ନିଆଗଲା ବଡ଼ ନିଷ୍ପତ୍ତି । ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁଛି । ଆସନ୍ତା ୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ବଡ଼ ସୁଯୋଗ ଓଡ଼ିଶାକୁ ମିଳିଛି ।

ଆଜି ହଂକଂଠାରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ କାଉନସିଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।  ଓଡ଼ିଶା ସହିତ ଚଣ୍ଡୀଗଡ଼କୁ ୨୦୨୮ ଏସିଆନ୍ ରିଲେ ଆୟୋଜନର ଦାୟିତ୍ୱ ମଧ୍ୟ ମିଳିଛି । ଏହି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନର ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାରତୀୟ ଆଥଲେଟିକ୍ସ ସଂଘକୁ ଶୁଭେଚ୍ଛା ଜଣାଇଛନ୍ତି । ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ସମଗ୍ର ଭାରତ ଏବଂ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ।  ଏହି ସଫଳତା ଓଡ଼ିଶାର କ୍ରୀଡ଼ା ମୁକୁଟରେ ଆଉ ଏକ ସୁନା ଟୋପି ଯୋଡ଼ିଛି ।

ବିଶ୍ୱସ୍ତରୀୟ ଖେଳ ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ଯେଉଁ ଦକ୍ଷତା ପ୍ରତିପାଦନ କରିଛି, ଏହି ଆୱାର୍ଡ ତାକୁ ଆହୁରି ମଜବୁତ କରିବ । ଓଡ଼ିଶା ପୂର୍ବରୁ ହିଁ ‘ୱାର୍ଲ୍ଡ ଆଥଲେଟିକ୍ସ ଇନଡୋର୍ ଚାମ୍ପିୟନସିପ୍ ୨୦୨୮’ ର ଆୟୋଜନ ଅଧିକାର ହାସଲ କରିସାରିଛି ।  ଭୁବନେଶ୍ୱରର ବିଶ୍ୱସ୍ତରୀୟ କଳିଙ୍ଗ ଷ୍ଟାଡିୟମ୍ ରେ ଏହି ସମସ୍ତ ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ।  ଯାହା ଓଡ଼ିଶାକୁ ବିଶ୍ୱର ଅଗ୍ରଣୀ ସ୍ପୋର୍ଟସ ହବ୍ ଭାବେ ପ୍ରତିଷ୍ଠିତ କରିବ ।

 

Leave A Reply

Your email address will not be published.