ଆମ ଜାତୀୟ ପଶୁ – ବାଘ

0

ଆଜି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଆସନ୍ତୁ, ବାଘ ସଂରକ୍ଷଣ ପାଇଁ ସମସ୍ତଙ୍କ ମନରେ ସଚେତନତା ସୃଷ୍ଟି କରିବା ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱକୁ ସ୍ମରଣ କରିବା। ବାଘ କେବଳ ଭାରତର ଜାତୀୟ ପଶୁ ନୁହେଁ, ସେ ଆମର ଜଙ୍ଗଲ, ଜୈବ ବିବିଧତା ଓ ପ୍ରାକୃତିକ ସନ୍ତୁଳନର ପ୍ରମୁଖ ରକ୍ଷକ। ଗୋଟିଏ ସୁସ୍ଥ ବାଘର ଉପସ୍ଥିତି ଏକ ସୁସ୍ଥ ଜଙ୍ଗଲର ପରିଚୟ। ବାଘ ବଞ୍ଚିଲେ ଜଙ୍ଗଲ ବଞ୍ଚିବ, ଜଙ୍ଗଲ ବଞ୍ଚିଲେ ନଦୀ, ପରିବେଶ ଓ ମାନବଜାତିର ଭବିଷ୍ୟତ ସୁରକ୍ଷିତ ରହିବ।

ଆଜିର ସମୟରେ ବନ ଧ୍ୱଂସ, ଅବୈଧ ଶିକାର ଓ ପ୍ରାକୃତିକ ବାସସ୍ଥାନର ସଂକୋଚନ ବାଘର ଅସ୍ତିତ୍ୱ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ତେଣୁ ବାଘ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ସମୟର ନିହାତି ଆବଶ୍ୟକତା।
ଆସନ୍ତୁ ସମସ୍ତେ ମିଶି ଶପଥ ନେବା-

ବନ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା କରିବା।

ବାଘ ସଂରକ୍ଷଣ ସମ୍ପର୍କରେ ସମାଜରେ ସଚେତନତା ବଢ଼ାଇବା।ପ୍ରକୃତି ଓ ପରିବେଶ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବା। ଜଙ୍ଗଲର ସୁରକ୍ଷାଦାତା ତଥା ପ୍ରାକୃତିକ ସନ୍ତୁଳନର ପ୍ରମୁଖ ରକ୍ଷକ ବାଘଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ସରକାର, ବନ ବିଭାଗ ଏବଂ ସାଧାରଣ ଜନତା ସମସ୍ତେ ମିଳିତ ଭାବେ ଅଧିକ ସକ୍ରିୟ ଭୂମିକା ନେବା ଆବଶ୍ୟକ।


ବାଘ ବଞ୍ଚିଲେ ଜଙ୍ଗଲ ବଞ୍ଚିବ। ଜଙ୍ଗଲ ବଞ୍ଚିଲେ ପୃଥିବୀ ବଞ୍ଚିବ। ଆସନ୍ତୁ, ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ବାଘ ସଂରକ୍ଷଣ ପାଇଁ ଏକତ୍ରିତ ହେବା।

Leave A Reply

Your email address will not be published.