ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌; ପୋଷ୍ଟର ମାରି ଚେତାଇଲା ପୋଲିସ

0

ପୁରୀ (ଆମ ଟିଭି): ଶ୍ରୀମନ୍ଦିର ଭିତରଫଟୋ ଏବଂ ଭିଡିଓ ଭାଇରାଲ୍ ହେବାକୁ ନେଇ ଏବେ ଆକ୍ସନ ମୋଡରେ ପୁରୀ ପୋଲିସ୍ ପ୍ରଶାସନ। ପୋଲିସ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଚେତାଇ ଦିଆଯାଇ ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରାଯାଇଛି। ଏଥିସହିତ ମନ୍ଦିର ପରିସରରେ ମୋବାଇଲ ଫୋନକୁ ନିଷେଧ କରାଯାଇଛି। ଉକ୍ତ ପୋଷ୍ଟରରେ ସିଧା ସିଧା ଶବ୍ଦରେ ଲେଖାଯାଇଛି, ଶ୍ରୀମନ୍ଦିର ପରିସରରେ ମୋବାଇଲ ଫୋନ୍ ନିଷେଧ,ନିୟମ ଉଲ୍ଲଂଘନକାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ।

ତେବେ ଯାହିରଖୁଛୁ, ଏହି ଗତ କିଛି ଦିନ ତଳେ, ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା। ଗତ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ସମ୍ବେଦନଶୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା। ଭାଇରଲ ଭିଡ଼ିଓରେ ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଏବେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ୍।

Leave A Reply

Your email address will not be published.