ନବ ଦାସଙ୍କ ହତ୍ୟା ପଛରେ କିଏ? ଅସଲ ମଞ୍ଜି କଥା କହିଦେଲେ କଂଗ୍ରେସ ନେତା…

0

ଭୁବନେଶ୍ୱର (ଆମ ଟିଭି): ତତ୍‌କାଳୀନ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗତ ଏକ ସପ୍ତାହ ଧରି ନବଙ୍କ ହତ୍ୟାକାଣ୍ଡର ତଦନ୍ତ ଜନିତ ତ୍ରୁଟିର ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି ସମୟରେ ନବ ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି। ସାଲୁଜା କହିଛନ୍ତି, ହତ୍ୟା ପୂର୍ବରୁ ନବଙ୍କୁ କୋଲ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା ।

ସେତେବେଳର ଏସ୍‌ପି ଓ ଜିଲାପାଳ ଦୂରେଇ ରହିବାକୁ କହିଥିଲେ। ଷଡ଼ଯନ୍ତ୍ର ପଛରେ କିଏ, CBI ତଦନ୍ତ ହେଲେ ୨ ଅଫିସର କହିପାରିବେ। ଏବେ ବି ମୁଁ ସିବିଆଇ ତଦନ୍ତ ହେଲେ ଷଡ଼ଯନ୍ତ୍ର ପଦାକୁ ଆସିପାରିବ କହୁଛି। ଗୋପାଳ ହତ୍ୟା କରିଥିଲା ନା କରାଯାଇଥିଲା ଜଣାପଡ଼ିବ। ସାଲୁଜା ଆହୁରି କହିଛନ୍ତି କି କୋଲ ବ୍ଲକରୁ ନବଙ୍କ ହତ୍ୟା ମାମଲାର ରହସ୍ୟ ଖୋଲିପାରେ।

ସୂଚନା ଅନୁସାରେ, ନବଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଆଉ ମାତ୍ର ଅଳ୍ପ ଦିନ ଥିବାବେଳେ ତାଙ୍କର ହତ୍ୟା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି । ପରିବାର ସଦସ୍ୟଙ୍କ ଦ୍ୱାରା ସିବିଆଇ ତଦନ୍ତ ପାଇଁ ଦାବି କରାଯିବା ଓ ଏହାକୁ ନେଇ ରାଜନୀତିକ ବୟାନବାଜି ମଧ୍ୟରେ ଗଣମାଧ୍ୟମ ଜରିଆରେ କ୍ରାଇମବ୍ରାଞ୍ଚ ତଦନ୍ତରେ ହୋଇଥିବା ନାନାଦି ତ୍ରୁଟି ପଦାକୁ ଆସିବାରେ ଲାଗିଛି।

Leave A Reply

Your email address will not be published.