କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୂଳପତି ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ

0

କୋରାପୁଟ (ଆମ ଟିଭି): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଲା ନୂଆ କୂଳପତି । କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୂଳପତି ଭାବେ ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ ନିଯୁକ୍ତି ମିଳିଛି । ପ୍ରଫେସର ଆଇ.ରାମବ୍ରହ୍ମଙ୍କର ଦେହାନ୍ତ ପରେ ଦୀର୍ଘ ବର୍ଷେ ହେଲା ଏହି ପଦବୀ ଖାଲି ପଡିଥିଲା । ତେବେ ପଶ୍ଚିମବଙ୍ଗର ବିଶ୍ୱ ଭାରତୀ, ଶାନ୍ତିନିକେତନ ପ୍ରଫେସର ଭାବେ କାର୍ୟ୍ୟରତ ପ୍ରଫେସର ଶ୍ରୀ ତ୍ରିପାଠୀ ଏହି ବିଶ୍ୱବିଦ୍ୟାଳୟର କୂଳପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ତେବେ ୨୦୨୧ ଜୁଲାଇରେ ସ୍ୱର୍ଗତ ଆଇ.ରାମବ୍ରହ୍ମଙ୍କ ଦେହାନ୍ତ ପରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୂଳପତି ପଦବୀ ଖାଲି ପଡିଥିଲା । ଏବେ ୧୧ ପ୍ରତିଶତ ସ୍ଥାୟୀ ପଦବିରେ ବିଶ୍ୱବିଦ୍ୟାଳୟ ପରିଚାଳତ ହେଉଛି । ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ଷେ ପରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ମିଳିଲା ନୂଆ କୂଳପତି ।

Leave A Reply

Your email address will not be published.