ଦେଓମାଳି ହିଲ୍ଟପରେ ରହଣି ଉପରେ କଟକଣା
ଦେଓମାଳିରେ ରାତିରେ ରହିବା ମନା । ଦେଓମାଳିରେ ରାତ୍ରୀ ରହଣି ଉପରେ କଟକଣା ଲଗାଇଲା ପ୍ରଶାସନ । ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବାକୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଆଧାରରେ ଏହା ଲାଗୁ ହୋଇଛି । ଏହି ପର୍ଯ୍ୟଟନସ୍ଥଳୀର ସ୍ବଚ୍ଛତା ଓ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ନିର୍ଦ୍ଦେଶାନାମାରେ କହିଛନ୍ତି, ଦେଓମାଳି ହିଲ୍ଟପ୍ ରାତି ୮ଟାରୁ ସକାଳ ୫ଟା ଯାଏଁ ପର୍ଯ୍ୟଟକମାନେ ରହିପାରିବେ ନାହିଁ । ଏହାପୂର୍ବରୁ ସିନେ ନିର୍ମାତା ରାଜାମୌଲି ଦେଓମାଳିରେ ସୁଟିଂ ସମୟରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଂଶସା କରିଥିଲେ । ଏହାସହ ପର୍ଯ୍ୟଟକ ମାନେ ଏହି ମନୋରମ ପର୍ଯ୍ୟଟନସ୍ଥଳୀକୁ କିଭଳି ପ୍ରଦୂଷିତ କରୁଛନ୍ତି ତାହାର ଭିଡ଼ିଓ ସେୟାର କରି ଉଦ୍ବେଗ ପ୍ରକାଶ କରିଥିଲେ ।
ଦେଓମାଳି : ରାତ୍ରୀ ରହଣି ଉପରେ କଟକଣା
– ଦେଓମାଳି ହିଲ୍ଟପରେ ରହଣି ଉପରେ କଟକଣା
– ରାତି ୮ଟାରୁ ଭୋର ୫ଟା ପର୍ଯ୍ୟନ୍ତ ହିଲ୍ଟପ ଉପରେ ରହିପାରିବେନି ପର୍ଯ୍ୟଟକ
– ଜିଲ୍ଲା ପ୍ରଶାସନର ବିନା ଅନୁମତିରେ କୌଣସି ବ୍ୟକ୍ତି ଦେଓମାଳି ହିଲ୍ଟପରେ ରାତିରେ ରହିପାରିବେନି
– କେବଳ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ଦ୍ବାରା ବୁକିଂ କରିଥିଲେ ରହିବାକୁ ମିଳିବ ଅନୁମତି
– ପର୍ଯ୍ୟଟକ କୌଣସି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ହିଲ୍ଟପ ଉପରକୁ ନେଇପାରିବେ ନାହିଁ
– ପର୍ଯ୍ୟଟକ ଆବର୍ଜନା ଏଣେତେଣେ ନପକାଇ ଡଷ୍ଟବିନ୍ରେ ପକାଇବେ
– ନିୟମ ଉଲ୍ଲଙ୍ଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
– ଟୁର୍ ଅପରେଟର ଓ ଭେଣ୍ଡର୍ମାନେ ଆବର୍ଜନା ନିଷ୍କାସନକୁ ସୁନିଶ୍ଚିତ କରିବେ
– ଏହି ନିର୍ଦ୍ଦେଶ ଆସନ୍ତା ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ