ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପାର୍କରେ ପିଙ୍ଗି ପୋଡ଼ିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ମଞ୍ଚେଶ୍ୱର ଥାନା କେଳୁଚରଣ ପାର୍କରୁ ଏହି ଅଜଣା ମୃତଦେହ ଉଦ୍ଧାର ହୋଇଛି । ମୃତକ ମହିଳା କିମ୍ବା ପୁରୁଷ ତାହା ମଧ୍ୟ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।