ସାର କଳାବଜାରୀ କଲେ କଠୋର ଆକ୍ସନ ନିଆଯିବ
ଚଳିତ ବର୍ଷ ରାଜ୍ୟରେ ସାର ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। ସାରର ଅଭାବ ଯେପରି ନହୁଏ, ସେନେଇ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବଡ଼ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ମୁତାବିକ, ଏଯାବତ୍ କୃଷି ବିଭାଗ ପକ୍ଷରୁ ୨ ଲକ୍ଷ ୭୬ ହଜାର ୯୭୩ ଟନ୍ ସାର ଯୋଗାଇ ଦିଆଯାଇଛି। ସେହିପରି ସମବାୟ ବିଭାଗ ପକ୍ଷରୁ ପ୍ୟାକ୍ସ ଓ ଲ୍ୟାମ୍ପସଗୁଡ଼ିକୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଦିଆଯାଇସାରିଛି। ବର୍ତ୍ତମାନ ବିଭାଗ ନିକଟରେ ଆହୁରି ୨୮ ହଜାର ୨୯୭ ଟନ୍ ସାର ମହଜୁଦ ରହିଛି।ଆଗାମୀ ଦିନରେ କୃଷି ବିଭାଗ ପକ୍ଷରୁ ଆହୁରି ୩ ଲକ୍ଷ ୨୦ ହଜାର ଟନ୍ ସାର ଯୋଗାଇ ଦିଆଯିବ। ପୂର୍ବରୁ ସମବାୟ ବିଭାଗକୁ କୃଷି ବିଭାଗ ପକ୍ଷରୁ ୩୫ ପ୍ରତିଶତ ସାର ଦିଆଯାଉଥିବା ବେଳେ ଏବେ ଏହାକୁ ବଢ଼ାଇ ୬୦ ପ୍ରତିଶତ କରାଯାଇଛି।