ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରି ଶୁଭେନ୍ଦୁ ଅଧିକାରୀଙ୍କୁ ସପକ୍ଷରେ ସମସ୍ତ ପ୍ରସ୍ତାବ ଗ୍ରହଣ କରିଛନ୍ତି। ବିଜେପି ଦଳ ବିଧାୟକ ଭାବେ ନିର୍ବାଚିତ ପରେ ଆଗାମୀ ୯ତାରିଖ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରୁଥିବା ଶ୍ରୀ ଶାହ କହିଛନ୍ତି ଯେ ସମସ୍ତ ପ୍ରସ୍ତାବ ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ଗ୍ରହଣ କରାଯାଇଛି। ବିଜେପି ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି। ଯାହା ଦ୍ୱାରା ଟିଏମସିର ୧୫ବର୍ଷର ଶାସନର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ରାଜନୈତିକ କ୍ୟାରିୟରର ସବୁଠାରୁ ବଡ଼ ଝଟକା ଦେଇଛି।