ଏହି ରାଜ୍ୟରେ ହାୱା ମିଠେଇ ନିଷେଧ କଲେ ସରକାର
ପୁଡ୍ଡୁଚେରୀ: ହାୱା ମିଠେଇ ବା ବମ୍ବେ ମିଠେଇ ବା ‘କଟନ୍ କ୍ୟାଣ୍ଡି’ ତିଆରି ବେଳେ ଏକ ପ୍ରକାର ବିଷାକ୍ତ ପଦାର୍ଥ ବ୍ୟବହାର କରାଯାଉଥିବାରୁ ପୁଡ୍ଡୁଚେରୀ ସରକାର ଏହାର ବିକ୍ରି ଉପରେ ନିଷେଧାଦେଶ ଜାରି କରିଛନ୍ତି।
ଗୁରୁବାର ଦିନ ଜାରି କରିଥିବା ଭିଡିଓରେ ପୁଡ୍ଡୁଚେରୀର ଉପରାଜ୍ୟପାଳ ତାମିଲସାଇ ସୌନ୍ଦରାରାଜନ ଏହି ନିଷେଧାଜ୍ଞା ଘୋଷଣା କରିଥିଲେ। ନିଜ ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଉକ୍ତ ଭିଡିଓ ସେୟାର୍ କରି ଉପରାଜ୍ୟପାଳ ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି, ହାୱା ମିଠେଇରେ ଥିବା ରାସାୟନିକ ପଦାର୍ଥ ସ୍ବାସ୍ଥ୍ୟ ପ୍ରତି ସାମଗ୍ରିକ ଭାବେ କ୍ଷତି କରୁଥିବାରୁ ଏହାକୁ ପିଲାମାନଙ୍କ ପାଇଁ କିଣିବାରୁ ନିବୃତ ରୁହନ୍ତୁ।