ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍
ବିଦେଶର ସାମ୍ୱିଧାନିକ ପଦବୀରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍। ସେଠାକାର ଦୁଇ ପୁରୂଖା ନେତାଙ୍କୁ ପଛରେ ପକାଇ ସେ ଏହି ବାଜି ମାରି ନେଇଛନ୍ତି। 70.4% ରୁ ଅଧିକ ଭୋଟ୍ ସହ ସିଙ୍ଗାପୁରର ନବମ ରାଷ୍ଟ୍ରପତି ହୋଇଛନ୍ତି ଶଣମୁଗରତ୍ନମ୍।
ଏକ ଦଶନ୍ଧିରୁ ଅଧିକ ସମୟ ପରେ ଅନୁଷ୍ଠିତ ହୋଇଥିଲା ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନ। ନବମ ରାଷ୍ଟ୍ରପତି ପାଇଁ ତ୍ରିକୋଣିଅ ଲଢେଇ ଦେଖିବାକୁ ମିଳିଥିଲା। ଥର୍ମନଙ୍କ ବ୍ୟତୀତ ଅନ୍ୟ ଦୁଇ ପ୍ରାର୍ଥୀ- ସିଙ୍ଗାପୁର ଗଭର୍ଣ୍ଣମେଣ୍ଟ ଇନଭେଷ୍ଟମେଣ୍ଟ କର୍ପ (ଜିଆଇସି) ର ପୂର୍ବତନ ମୁଖ୍ୟ ବିନିଯୋଗ ଅଧିକାରୀ ଏନଜି କୋକ୍ ସୋଙ୍ଗ୍ ଏବଂ ଦେଶର ରାଷ୍ଟ୍ରାୟତ୍ତ ବୀମା ଗୋଷ୍ଠୀ NTUC ଇନକମର ପୂର୍ବତନ ମୁଖ୍ୟ ଟେନ୍ କିନ୍ ଲିଆନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।