ମଦୁରାଇରେ ପୁଣି ଟ୍ରେନରେ ଲାଗିଲା ନିଆଁ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଏକ ଟ୍ରେନରେ ଅଘଟଣ ଖବର ସାମ୍ନାକୁ ଆସିଛି । ପୁଣି ଟ୍ରେନ୍ରେ ଲାଗିଛି ନିଆଁ । ଲକ୍ଷ୍ନୌରୁ ରାମେଶ୍ବରମ୍‌ ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ର ‘ଟୁରିଷ୍ଟ୍‌ କୋଚ୍‌’ରେ ଆଜି ପ୍ରତ୍ୟୁଷରେ ନିଆଁ ଲାଗିଯିବାରୁ ଅନ୍ୟୂନ ୯ଜଣ ଯାତ୍ରୀ ପ୍ରାଣ ହରାଇଥିବା କଥା ‘ଜି ନିଉଜ୍‌’ ରିପୋର୍ଟ କରିଛି। ନିଆଁ ଲାଗିବା ବେଳେ ଲକ୍ଷ୍ନୌ-ରାମେଶ୍ବରମ୍‌ ଏକ୍‌ସ୍‌ପ୍ରେସ୍‌ ଟ୍ରେନ୍‌ ଠିଆ ହୋଇଥିଲା। ‘ସଦର୍ଣ୍ଣ ରେଲ୍‌ୱେ’ କହିଛି ଯେ, ସେଥିରେ ବେଆଇନ ଭାବେ ନିଆଯାଉଥିବା ‘ଗ୍ୟାସ୍‌ ସିଲିଣ୍ଡର୍‌’ ଯୋଗୁଁ ନିଆଁ ଲାଗିଛି।

ଏହି ‘ପ୍ରାଇଭେଟ୍‌ ପାର୍ଟି କୋଚ୍‌’ର ଯାତ୍ରୀମାନେ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଆସିଥିଲେ। ଘଟଣାସ୍ଥଳକୁ ଯାଇଥିବା ମଦୁରାଇ ଜିଲ୍ଲାପାଳ ଏମ୍. ଏସ୍‌. ସଙ୍ଗୀତା କହିଛନ୍ତି, ଟ୍ରେନ୍‌ରେ ନିଆଁ ଲାଗିଯିବାରୁ ୮ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଆଉ ୨୦ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.