ରୋଟାରୀ କ୍ଲବ ମିଡୋଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*
ଆଜି ଲବଣଗିରି ଜଗନ୍ନାଥ ମନ୍ଦିର ପରିସରରେ ରୋଟାରୀ କ୍ଲବ ମିଡୋଜ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି .
ପୌରାଣିକ ପ୍ରସିଦ୍ଧ କୁଞ୍ଜବନ ଢାଞ୍ଚା ରେ ପ୍ରତିଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଦ୍ୱାରା ଲବଣଗିରି ଜଗନ୍ନାଥ ମନ୍ଦିର ଚତୁଃର୍ପାଶ୍ୱରେ ଘଞ୍ଚ ସବୁଜିମା ପ୍ରସ୍ତୁତ କରାଯିବାର ଲକ୍ଷ ରଖାଯାଇଅଛି .
କ୍ଲବ ସଭାପତି ରୋଟାରୀଆନ ବିକାଶ ଗରାବଡୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା 3262 ପ୍ରାନ୍ତଃପାଳ ରୋଟାରୀଆନ ଅନିଲ କୁମାର ସାମଲ , ହାଇଟେକ ସମୂହର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଓ ଯୁବ ସମାଜସେବୀ ମନ୍ମଥ କୁମାର ରାଉତରାୟ ଯୋଗଦାନ କରି ବୃକ୍ଷରୋପଣର ଉପାଦେୟତା ବର୍ଣ୍ଣନା କରିଥିଲେ .
ଆଗାମୀ ଦିନମାନଙ୍କରେ କ୍ଲବ ପକ୍ଷରୁ ଏହିଭଳି ବିଭିନ୍ନ ପରିବେଶ ସଚେତନତା ତଥା ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଜାରିରହିବ ବୋଲି କ୍ଲବ ସମ୍ପାଦକ ରୋଟାରିଆନ ଦୀପକ କୁମାର ଜେନା ପ୍ରକାଶ କରିଛନ୍ତି .