ପ୍ରକାଶ ପାଶୱାନଙ୍କୁ ନେଇ ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ଭୁବନେଶ୍ୱର:ପ୍ରକାଶ ପାଶୱାନଙ୍କୁ ନେଇ ଉଠିଥିବା ଅଭିଯୋଗ ଓ ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ନିଜ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ପ୍ରକାଶ ପାଶୱାନ ତାଙ୍କର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଏବଂ RMCର ପ୍ରତିନିଧି ବୋଲି ଜୁଏଲ ଓରାମ ଉଲ୍ଲେଖ କରିଛନ୍ତି।
ସର୍କିଟ ହାଉସ୍ ଘଟଣାରେ ପ୍ରକାଶ ପାଶୱାନଙ୍କ ବିରୋଧରେ କୌଣସି ଅଭିଯୋଗ ଥିଲେ ତାହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି। ତଦନ୍ତରେ ଯଦି ତାଙ୍କ ଦୋଷ ପ୍ରମାଣିତ ହୁଏ, ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ମୋର କୌଣସି ଆପତ୍ତି ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।