ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି, ସହିଦ ନଗର ଦୁର୍ଗା ପୂଜା ସମିତିର ସହଯୋଗରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0

ଭୁବନେଶ୍ୱର, ୨୧ ଜୁନ ୨୦୨୬: ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି, ସହିଦ ନଗର ଦୁର୍ଗା ପୂଜା ସମିତିର ସହଯୋଗରେ ରୂପାଲି ସ୍କୁଏର, ସହିଦ ନଗର ଠାରେ ସକାଳ ୯:୩୦ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ମାନବଜୀବନ ରକ୍ଷାରେ ସହଯୋଗ କରିବା। ଏହି ଅବସରରେ ରୋଟାରୀ ଇଣ୍ଟରନ୍ୟାସନାଲ୍ ଡିଷ୍ଟ୍ରିକ୍ଟ ୩୨୬୨ର ଜିଲ୍ଲା ଗଭର୍ନର ରୋଟେରିଆନ୍ ମନୋଜ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଓ ଶ୍ରୀ ଅରୂପ ମୋହନ ପଟ୍ଟନାୟକ (IPS ଅବ.) ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଉଭୟ ଅତିଥି ଏପରି ମାନବସେବାମୂଳକ କାର୍ଯ୍ୟକ୍ରମ ପାଇଁ କ୍ଲବର ପ୍ରଶଂସା କରିଥିଲେ।

ଏହି ଶିବିରର ସଫଳ ସମନ୍ୱୟ କରିଥିଲେ ଡ଼ା. ସତ୍ୟଜିତ ଦାଶ (କ୍ୟାମ୍ପ କୋଅର୍ଡିନେଟର୍)। ତାଙ୍କର ନିଷ୍ଠାପୂର୍ଣ୍ଣ ପରିକଳ୍ପନା ଓ ପରିଚାଳନା ଯୋଗୁଁ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇପାରିଥିଲା। ଏହି ରକ୍ତଦାନ ଶିବିରରେ ମୋଟ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ଆଗାମୀଦିନରେ ଅନେକ ଜୀବନ ବଞ୍ଚାଇବାରେ ସହାୟକ ହେବ। ବହୁ ସଂଖ୍ୟକ ରକ୍ତଦାତା, ଯୁବ ସେବକ ଓ ସାମାଜିକ କର୍ମୀ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ରୋଟେରିଆନ୍ ସୁଜିତ କୁମାର ରାଉତ, ସଭାପତି,ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି, ସମସ୍ତ ରକ୍ତଦାତା, ସେବକ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟେରିଆନ୍ ପ୍ରିତିରାଜ ଶତପଥୀ, ବାସୁଦେବ ଭଟ୍ଟ, ପୁଣ୍ୟଶ୍ଲୋକ ମହାନ୍ତି, ନକୁଳ ସୁବୁଧି, ଅଭିଷେକ ମିତ୍ର, ଜିତୁ ଶତପଥୀ, ଅଭିଷେକ ଖେମକା ଓ ଅମର ସାହୁ ଉପସ୍ଥିତ ଥିଲେ ଏବଂ ଶିବିରକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।

Leave A Reply

Your email address will not be published.