ନୂଆଦିଲ୍ଲୀ (ଆମ ଟିଭି): ଗୁଜୁରାଟ ଓ ହିମାଚଳପ୍ରଦେଶ ନିର୍ବାଚନରେ ଫୁସକିଗଲା ଆପ୍ । ଫେଲ୍ ମାରିଲା ଆପର ରଣନୀତି । ସେପଟେ ହିମାଚଳରେ ଚିରାଚରିତ ଢଙ୍ଗରେ ଏଥର ପାରି ବଦଳି କ୍ଷମତା କଂଗ୍ରେସ ହାତକୁ ଯାଇଛି । ହେଲେ ଗୁଜରାଟ ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ସୂଚନୀୟ ପରାଜୟ ହୋଇଛି । ଆପ୍,ର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଗୁଜରାଟରେ ସରକାର ଗଠନ କରିବାକୁ ଦାବି କରୁଥିବା ବେଳେ ଦଳ ଦୁଇଅଙ୍କରେ ପହଂଚିପାରିନାହିଁ । ତଥାପି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲ ଖୁସିବ୍ୟକ୍ତ କରିଛନ୍ତି ।
ଆଜିର ଫଳାଫଳ ପରେ କେଜ୍ରିୱାଲ କହିଛନ୍ତି କି, ଆମ୍ ଆଦମୀ ପାର୍ଟି ଏକ ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ପାଇଛି । ଏଥିପାଇଁ ଗୁଜରାଟ ଭୋଟରଙ୍କୁ କେଜ୍ରିୱାଲ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଗୁଜରାଟରେ ଦଳକୁ ଯେତେ ଭୋଟ ମିଳିଛି ସେହି ହିସାବରେ ଦଳ ଏବେ ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ସେପଟେ କେଜ୍ରିୱାଲ ଦାବି କରିଛନ୍ତି କି କଂଗ୍ରେସ ନୁହେଁ ବରଂ ଆମ୍ ଆଦମୀ ପାର୍ଟି ଗୁଜରାଟରେ ବିଜେପିର ଦୁର୍ଗ ଭାଙ୍ଗିବାରେ ସଫଳ ହେବ ।
ଏନେଇ ଦଳ ଏକ ସକରାତ୍ମକ କ୍ୟାମ୍ପେନ ଆରମ୍ଭ କରିଥିବା କଥା କେଜ୍ରିୱାଲ ସୂଚନା ଦେଇଛନ୍ତି । ତେବେ ଜାଣନ୍ତୁ ରାଷ୍ଟ୍ରୀୟ ପାର୍ଟି ହେବା ପାଇଁ କଣ ରହିଛି ନିୟମ ? ସମ୍ବିଧାନ ବିଶେଷଜ୍ଞ ସୁଭାଷ କଶ୍ୟପଙ୍କ ମୁତାବକ ଏକ ଦଳ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବାକୁ ହେଲେ ଅତି କମରେ ୪ ଟି ଲୋକସଭା ସିଟ୍ ଜିତିବା ସହ ଲୋକସଭା ନିର୍ବାଚନରେ ୬ ପ୍ରତିଶତ ଭୋଟ ହାସଲ କରିବା ଦରକାର ।